ଦିନକୁ ଦିନ ଶ୍ରୀ ବହୁତ ମନେ ପଡ଼ୁଛନ୍ତି: ବୋନି କପୁର

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ସମସ୍ତଙ୍କୁ ପରକରି ଦୀର୍ଘବର୍ଷ ହେବ ପରପାରିକୁ ଚାଲି ଯାଇଛନ୍ତି। କିନ୍ତୁ ତାଙ୍କ ଅଭିନୟ ଓ ଇଣ୍ଡିଷ୍ଟ୍ରିକୁ ଭେଟି ଦେଇଥିବା ସିନେମାକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଜୀବନ୍ତ ଅଭିନୟ ଓ ସରଳ ସ୍ବଭାବ ପାଇଁ ଆଜି ବି ଶ୍ରୀବେଦୀଙ୍କ ଅନେକ ଅନୁଗାମୀ ରହିଛନ୍ତି।

ହଠାତ ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଦର୍ଶକ କେବେ ଯଦି ଶ୍ରୀଦେବୀଙ୍କ କୌଣସି ସିନେମା ଦେଖୁଛନ୍ତି ତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ୁଛନ୍ତି।

ନିକଟରେ ବୋନି କପୁର ଏକ ସ‌ାକ୍ଷାତକାରରେ ଯୋଗ ଦେଇଥିଲେ। ଏହି ସାକ୍ଷାତକାରରେ ଭାବବିହ୍ବଳ ହୋଇ ସେ କହିଥିଲେ, ‘ଏମିତି କୌଣସି ମୁହୂର୍ତ୍ତ ନାହିଁ ଯେଉଁଥିରେ ଶ୍ରୀଦେବୀ ମନେପଡ଼ନ୍ତି ନାହିଁ। ଦିନକୁ ଦିନ ସେ ମୋର ଅଧିକରୁ ଅଧିକ ମନେ ପଡ଼ୁଛନ୍ତି। ମନ ଭିତରେ ତାଙ୍କର ସ୍ମୃତିକୁ ଚାପି ଧରି ମୁଁ ଆଗେଇ ଚାଲିଛି।

ଶ୍ରୀଦେବୀଙ୍କୁ ବାହାହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ସେ ମୋତେ ଏମିତି ଅଧାରୁ ଛ‌ାଡ଼ି ଚାଲିଯିବେ ବୋଲି ମୁଁ କେବେ ବି ଭାବି ନଥିଲି। ଆଗକୁ ମୁଁ ଆଉ ଶ୍ରୀଙ୍କ ବିଷୟରେ କିଛି କହି ପାରିବି ନାହିଁ। ଶ୍ରୀଙ୍କ ମୃତ୍ୟୁ ହୋଇଯାଇଛି ଭାବିଲା ବେଳକୁ ମୁଁ ସ୍ଥାଣୁ ପାଲିଟି ଯାଉଛି।

କାରଣ ଶ୍ରୀଙ୍କ ‌ଯେଉଁଦିନ ମୃତ୍ୟୁ ହୋଇଥିଲା ସେଦିନର କଷ୍ଟ ଓ ଯନ୍ତ୍ରଣା ଆଜି ବି ମ‌ୋ ମନରେ ଅଛି। ମୁଁ ସେ ଦୁଃଖରୁ ଚେଷ୍ଟା କରିବି ବାହାରି ପାରୁନାହିଁ। ଶ୍ରୀଙ୍କୁ ମୁଁ ଖୁବ ଭଲ ପାଉଥିଲି ଓ ପାଉଥିବି ମଧ୍ୟ।’

ସମ୍ବନ୍ଧିତ ଖବର