ଦ୍ବିତୀୟ ବିବାହ ପରେ ଆଉ ଗ୍ଲାମରସ୍‌ ନାହିଁ ଦଲ୍‌ଜିତ୍‌ଙ୍କ ଜୀବନ: ଭିଡିଓ ସେୟାର୍‌ କରି ବଖାଣିଲେ ଦୁଃଖ

ମୁମ୍ବାଇ: ନିର୍ଯାତନା ଦେଉଥିବା ସ୍ବାମୀ ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇ ସାରିଛନ୍ତି ଟିଭି ଅଭିନେତ୍ରୀ ଦଲଜିତ କୌର। ସେ ଦ୍ବିତୀୟ ବିବାହ କରି ନିଜର ଏକ ନୂଆ ସଂସାର ବସାଇଛନ୍ତି। ଦ୍ବିତୀୟ ବିବାହ ପରେ ନିୟମିତ ଫଟୋ ପୋଷ୍ଟ୍‌ କରି ଜଲଜିତ ନିଜର ଟିକ୍‌ନିକ୍‌ ଖବର ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥାନ୍ତି।

ନିକଟରେ ସେ ତାଙ୍କର ଏକ ଭିଡିଓ ସେୟାର୍‌ କରି ନିଜ ଜୀବନ ଆଉ ଗ୍ଲାମରସ୍‌ ନାହିଁ ବୋଲି କହିଛନ୍ତି। ସେ ନିଜ ସ୍ବାମୀଙ୍କ ପୋଷାକ ଇସ୍ତ୍ରି କରୁଥିବା ବେଳର ଏକ ଭିଡିଓ ସେୟାର୍‌ କରି କହିଛନ୍ତି, ‘ଆପଣଙ୍କୁ କ’ଣ ଲାଗୁଛି, ଏସବୁ ବହୁତ ଗ୍ଲାମରସ୍‌ ହୋଇଥାଏ? ଗ୍ଲାମରସ୍‌ ଆଦୌ ବି ହୋଇନଥାଏ। ମୋ ସ୍ବାମୀ କାମ କରୁଛନ୍ତି। ମୁଁ ତାଙ୍କୁ ସାର୍ଟ ଆଇରନ୍‌ କରୁଛି। ଗ୍ଲାମରସ୍‌ ହୋଇନଥାଏ ଏସବୁ, ଯଦି ଆପଣଙ୍କୁ ଏପରି ଲାଗୁଛି ତ।’ ଏହା ସହିତ ଜଲଜିତ୍‌ ନିଜର ଫଟୋସୁଟ୍‌ର ଝଲକ ବି ଦେଖାଇଛନ୍ତି। ବ୍ଲଗ୍‌ରେ ନିଖିଲିଙ୍କୁ ଫୋନ୍‌ରେ କଥା ହେବା ସହ ନିଜ କାମ କରୁଥିବାର ଦେଖିବାକୁ ମିଳିଛି।

ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇଛନ୍ତି ଅଭିନେତ୍ରୀ ଦଲଜିତ କୌର। ମାର୍ଚ୍ଚରେ ସେ ନିଖିଲ ପଟେଲଙ୍କୁ ବିବାହ କରିଥିଲେ। ଅଭିନେତା ଶାଲିନ ଭ‌ନୋଟଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବଞ୍ଚୁଥିଲେ ଦଲଜିତ। ହେଲେ ପରେ ତାଙ୍କ ହାତ ଧରିବାକୁ ଆଗକୁ ଆସିଥିଲେ ଫାଇନାନ୍ସ କମ୍ପାନିରେ କାମ କରୁଥିବା ବ୍ରିଟେନର ନିଖିଲ ପଟେଲ। ଜାନୁଆରି ୩ରେ ନେପାଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ମାର୍ଚ୍ଚରେ ଦୁହେଁ ବିବାହ କରିଥିଲେ। ଦଲଜିତଙ୍କ ଗୋଟିଏ ପୁଅ ଥିବା ବେଳେ ନିଖିଲ ଦୁଇଟି ଝିଅଙ୍କ ବାପା। ତେବେ ନିଖିଲ ଏବେ କେନିଆରେ ରହୁଥିବାରୁ ଦଲଜିତ୍ ଭାରତ ଛାଡ଼ି କେନିଆରେ ରହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର