ନିଜ ପତ୍ନୀଙ୍କ ପାଇଁ ଏହି ନିର୍ଦ୍ଦେଶକଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ନିଜର ଦମଦାର ଅଭିନୟରେ ଅନେକ ସିନେପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ଧର୍ମେନ୍ଦ୍ର | କିନ୍ତୁ ଆପଣ ଜାଣନ୍ତି କି ସମସ୍ତଙ୍କ ସହ ଭଲରେ ମିଶିପାରୁଥିବା ଏହି ଅଭିନେତା ଥରେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ | ବାସ୍ତବରେ ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କ କ୍ରୋଧକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଏହି ଘଟଣାଟି ‘କ୍ରୋଧୀ’ ଚଳଚ୍ଚିତ୍ରର ସୁଟିଂ ସମୟରେ ଘଟିଥିଲା | ସେ ଏହି ଚଳଚ୍ଚିତ୍ରରେ ହେମା ମାଳିନୀଙ୍କ ସହ କାମ କରୁଥିଲେ। ଏଭଳି ପରିସ୍ଥିତିରେ ସୁଭାଷ ଘାଇ ହେମାଙ୍କୁ ଏକ ଦୃଶ୍ୟରେ ବିକିନି ପିନ୍ଧିବାକୁ କହିଥିଲେ।

କିନ୍ତୁ ଅଭିନେତ୍ରୀ ଏଥିପାଇଁ ମନା କରିଦେଇଥିଲେ। ଏହା ପରେ ସୁଭାଷ ଘାଇ ହେମାଙ୍କ ଉପରେ କିଛି ଚାପ ପକାଇଥିଲେ ଏବଂ ଅଭିନେତ୍ରୀ ବିକିନି ପିନ୍ଧିବାକୁ ବାଧ୍ୟ ହୋଇଥିଲେ ଓ ପରେ ସୁଇମିଂ ପୁଲରେ ଏହି ଦୃଶ୍ୟର ସୁଟିଂ କରାଯାଇଥିଲା | ଅନ୍ୟପକ୍ଷରେ ଯେତେବେଳେ ଧର୍ମେନ୍ଦ୍ର ଏହା ଜାଣିଲେ ସେତେବେଳେ ସେ କ୍ରୋଧିତ ହୋଇ ସୁଭାଷ ଘାଇଙ୍କୁ ଚାପୁଡ଼ା ମାରିଥିଲେ। ଖବର ଅନୁଯାୟୀ ସେଟରେ ଉପସ୍ଥିତ ଥିବା ଲୋକମାନେ ଧର୍ମେନ୍ଦ୍ରଙ୍କୁ ବହୁତ କଷ୍ଟରେ ଶାନ୍ତ କରିଥିଲେ। ଅଭିନେତାଙ୍କଠାରୁ ଚାପୁଡ଼ା ଖାଇବା ପରେ ସୁଭାଷ ଘାଇ ମଧ୍ୟ ବହୁତ ନର୍ଭସ ହୋଇପଡ଼ିଥିଲେ ଏବଂ ସେ ବିକିନି ଦୃଶ୍ୟକୁ ଫିଲ୍ମରୁ ହଟାଇ ଦେଇଥିଲେ। ଉଲ୍ଲେଖ ଥାଉ କି ଯେ ଧର୍ମେନ୍ଦ୍ର ଏବଂ ହେମା ୧୯୮୦ ମସିହାରେ ବିବାହ କରିଥିଲେ। ଉଭୟ ସୁପରହିଟ୍ ଫିଲ୍ମରେ ମଧ୍ୟ ଏକାଠି କାମ କରିଥିଲେ |

ସମ୍ବନ୍ଧିତ ଖବର