ସାରା ଅଲ୍ଲୀ ଖାନ୍‌ଙ୍କ ଡେବ୍ୟୁ ସିନେମା ‘କେଦାରନାଥ୍‌’ କେବଳ ଏଇଥିପାଇଁ ଚର୍ଚ୍ଚାରେ

ମୁମ୍ବାଇ: ଏଇ ଡିସେମ୍ବର ୭ ତାରିଖରେ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ୍‌’ ରିଲିଜ୍‌ ହେଉଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍‌ ଲିଡ୍‌ ରୋଲରେ ଅଛନ୍ତି। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ। ‘କେଦାରନାଥ’ରିଲିଜ୍‌ ହେବା ଆଗରୁ ବିବାଦରେ ଫସି ଯାଇଥିଲା।
ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁ-ମୁସଲିମ୍‌ ନାୟକ-ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଛି। ଏହି କାରଣରୁ ‘କେଦାରନାଥ୍‌’ର ଟାଇଟଲ ବଦଳାଯାଉ ବୋଲି ଦାବି ହୋଇଥିଲା।


ଏହି ବାବଦରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଛଥିଲେ। ହିନ୍ଦୁ ଧାର୍ମିକ ମାନ୍ୟତା ଉପରେ କୁଠାରଘାର ଉଦ୍ଦେଶ୍ୟ ନେଇ କାଳ୍ପନିକ କାହାଣୀ ଉପରେ ପ୍ରସ୍ତୁତ କେଦାରନାଦ୍‌ କୁ ଉତ୍ତାରଖଣ୍ଡରେ ରିଲିଜ୍‌ ନ କରିବାକୁ ମଧ୍ୟ ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର