ଜାହ୍ନବୀଙ୍କ ସହ ନଜର ଆସିବାର ଗୋଟାଏ ଦିନ ପରେ ଜାକ୍‌ଲିନ୍‌ଙ୍କ ଅଣ୍ଟାରେ ହାତ ରଖି ବୁଲିଲେ ଓରି

ମୁମ୍ବାଇ: ଅନେକ ସେଲିବ୍ରିଟି ଏବଂ ସେଲିବ୍ରିଟି କିଡ୍‌ମାନଙ୍କ ସହ ନଜର ଆସୁଥିବା ଏକମାତ୍ର ଡ୍ୟାସିଂ ବୟ ଓରିଙ୍କୁ ତ ଆପଣ ଜାଣିଥିବେ। ଓର୍‌ହାନ୍‌ ଅୱତ୍ରମଣି ଉର୍‌ଫ ଓରି ହେଉଛନ୍ତି ଅଧିକାଂଶ ସେଲିବ୍ରିଟିଙ୍କ ବନ୍ଧୁ। ସେ ବିଭିନ୍ନ ଉତ୍ସବରେ ବିଭିନ୍ନ ସେଲିବ୍ରିଟିଙ୍କ ସହ ନଜର ଆସିଥାନ୍ତି। ନିକଟରେ ତାଙ୍କୁ ୨୦୦ କୋଟି ଟଙ୍କା ଠକେଇ ଓ ମନିଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ତଥାକଥିତ ପ୍ରେମିକା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହ ଦେଖିବାକୁ ମିଳିଛି। ସେ ଜାକ୍‌ଲିନ୍‌ଙ୍କ ଅଣ୍ଟାରେ ହାତ ରଖିଥିବା ବେ‌ଳର ଏକ ଭିଡିଓ ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିିଛି।

ତାଙ୍କୁ ଜାକ୍‌ଲିନ୍‌ଙ୍କ ହାତ ଧରି ଯାଉଥିବାର ବି ଦେଖିବାକୁ ମିଳିଛି। ଜାକ୍‌ଲିନ୍‌ଙ୍କ ସହ ନଜର ଆସିବାର ଗୋଟାଏ ଦିନ ପୂର୍ବରୁ ତାଙ୍କୁ ଜାହ୍ନବୀ କୁପୁରଙ୍କ ସହ ବି ଦେଖିବାକୁ ମିଳିଥିଲା। ତେବେ ଜ୍ୟାକ୍‌ଙ୍କ ସହ ଓରି ନଜର ଆସିଥିବା ବେଳେ ସେ ପିନ୍ଧିଥିବା ପୋଷାକ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ଓରି ପିନ୍ଧିଥିବା ପୋଷାକର ମୂଲ୍ୟ ୪୪ ହଜାର ଟଙ୍କା ବୋଲି ଜାଣିବାକୁ ମିଳିଛି। ସେ ଯେଉଁ କାର୍ଗୋ ପ୍ୟାଣ୍ଟ୍‌ ପରିଧାନ କରିଥିଲେ ତାହାର ଦାମ୍‌ ହେଉଛି ୧.୫ ଲକ୍ଷ ଟଙ୍କା।

ଓରି ହେଉଛନ୍ତି ଶାହାରୁଖଙ୍କ ଝିଅ ସୁହାନା ଖାନ୍‌, କାଜଲଙ୍କ ଝିଅ ନ୍ୟାସା ଦେବଗନ୍‌, ଉର୍ଫି ଜାଭେଦ, ଜାହ୍ନବୀ କପୁର, ଭୂମି ପେଡ୍‌ନେକର୍‌, ଅନନ୍ୟା ପାଣ୍ଡେ ଆଦିଙ୍କର ବନ୍ଧୁ ମଧ୍ୟ। ତାଙ୍କୁ ଏ ସମସ୍ତ ସେଲିବ୍ରିଟିଙ୍କ ସହ ପୂର୍ବରୁ ଅନେକ ଉତ୍ସବରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର