ଜେଲ୍‌ରୁ ପତ୍ନୀ ରାକ୍ଷୀଙ୍କୁ ହତ୍ୟା କରିବାକୁ ସୁପାରି ଦେଲେ ଆଦିଲ୍‌; ଖୁଲାସା କଲେ ନିଜେ ଡ୍ରାମା କୁଇନ୍‌

ମୁମ୍ବାଇ: ଅଭିନେତ୍ରୀ ତଥା ବିବାଦୀୟ ରାଣୀ ଭାବେ ଜଣାଶୁଣା ରାକ୍ଷୀ ସାୱନ୍ତ ଦୁଇଟି ବିବାହ କରିଥିଲେ। ପ୍ରଥମେ ରିତେଶ ଏବଂ ପରେ ଆଦିଲ ଖାନ ଦୁରାନୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା। କିନ୍ତୁ ତାଙ୍କର ଉଭୟ ବିବାହ ଭାଙ୍ଗିଯାଇଛି। ତେବେ ଏବେ ଶୁଣିବାକୁ ମିଳୁଛି ଯେ ରାକ୍ଷୀଙ୍କୁ ମାରିବା ପାଇଁ ତାଙ୍କ ଦ୍ବିତୀୟ ସ୍ବାମୀ ଆଦିଲ୍‌ ଜେଲ୍‌ରୁ ସୁପାରି ଦେଇଛନ୍ତି।

ଏ ସଂପର୍କରେ ସୂଚନା ଦେଇଛନ୍ତି ନିଜେ ରାକ୍ଷୀ। ସେ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ସେ ତାଙ୍କ ସ୍ବାମୀ ଆଦିଲଙ୍କୁ ହିଁ ନିଜ ପ୍ରତି ବିପଦ ବୋଲି କହିଛନ୍ତି। ସେ କହିଛନ୍ତି କି ଆଦିଲ୍‌ ମୌସୁର ଜେଲ୍‌ରେ ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି।

ରାକ୍ଷୀ କହିଛନ୍ତି କି ‘ମୋତେ ଜଣାପଡ଼ିଛି ଯେ ଆଦିଲ ମୋତେ ହତ୍ୟା କରିବାକୁ ଯୋଜନା କରିଛନ୍ତି ଓ ଜେଲ୍‌ରୁ ଜଣେ ହତ୍ୟାକାରୀକୁ ମୋତେ ମାରିବାକୁ ସୁପାରୀ ଦେଇଛନ୍ତି। ମୁଁ ଆଦିଲଙ୍କୁ କହିବାକୁ ଚାହୁଁଛି କି ମୁଁ କାମନା କରିଛି ଓ ମୋର ବିଶ୍ବାସ ଆଲ୍ଲା ମୋ କାମନା ପୂରା କରିବେ। ତୁମେ ମୋତେ ମାରି ପାରିବନି। ତୁମେ ମୋତେ କାହିଁକି ମାରିବାକୁ ଚାହୁଁଛ? ସଂପତ୍ତି ଆଉ ପ୍ରତିଶୋଧ ନେବାକୁ?’

ରାକ୍ଷୀ ଏକ ଭଏସ ରେକର୍ଡିଂ ଶୁଣାଇଛନ୍ତି, ଯେଉଁଥିରେ ତାଙ୍କର ଜଣେ ଶୁଭଚିନ୍ତକ ତାଙ୍କୁ ଆଦିଲଙ୍କ ଷଡ଼ଯନ୍ତ୍ର ବିଷୟରେ କହୁଥିବାର ଶୁଣିବାକୁ ମିଳିଛି। ଶୁଭଚିନ୍ତକ ଜଣକ ଆହୁରି ବି କହିଛନ୍ତି ଯେ ଆଦିଲ ରାକ୍ଷୀଙ୍କୁ ହତ୍ୟା କରିବାକୁ ଅନେକ ଦିନ ହେବ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର