ନିଜ ବୟସ୍କା ମାଆଙ୍କର ଯତ୍ନ ନେଉଥିବା ବେଳେ ଭିଡିଓ ହେଲା ଭାଇରାଲ୍, ଲୋକେ କହିଲେ ଆଦର୍ଶ ପୁଅ

ମୁମ୍ବାଇ: ସଲ୍‌ମାନ ଖାନ୍‌ ନିଜ ପରିବାରକୁ କେତେ ଭଲପାଆନ୍ତି ତାହା ସଭିଙ୍କୁ ଜଣା। ବିଶେଷ କରି ସେ ତାଙ୍କ ମାଆଙ୍କୁ ଖୁବ୍ ଅଧିକ ଭଲପାଆନ୍ତି। ମଙ୍ଗଳବାର ଦିନ ସଲ୍‌ମାନଙ୍କର ତାଙ୍କ ମାଆଙ୍କ ପ୍ରତି ଥିବା ସମ୍ମାନ ଓ ଭଲପାଇବା କ୍ୟାମେରା ସମ୍ମୁଖରେ ଦେଖିବାକୁ ମିଳିଛି। ଏହା ବି ଦେଖିବାକୁ ମିଳିଛି ଯେ ସେ ତାଙ୍କ ମାଆଙ୍କର କେତେ ଧ୍ୟାନ ରଖନ୍ତି।

ମଙ୍ଗଳବାର ମୁମ୍ବାଇରେ ସୋହେଲ୍‌ ଖାନ୍‌ଙ୍କ ଜନ୍ମଦିନ ପାର୍ଟି ଥାଏ। ସେଠାରେ ସଲ୍‌ମାନ୍‌ଙ୍କ ପୂରା ପରିବାର ନଜର ଆସିଥିଲେ। ସଲ୍‌ମାନଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ସେ ନିଜ ମାଆଙ୍କ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି। ତାଙ୍କ ମାଆ ସିଡ଼ଇରୁ ତଳକୁ ଓହ୍ଲାଉଥିବା ବେଳେ ତାଙ୍କ ହାତକୁ ଧରିଛନ୍ତି ସଲ୍‌ମାନ।  ସଲ୍‌ମାନଙ୍କ ସହ ବାକି ଲୋକ ବି ତାଙ୍କ ହାତ ଧରିଥିବାର ନଜର ଆସିଛନ୍ତି।

ତା’ପରେ ସଲ୍‌ମାନ ନିଜ ମାଆଙ୍କୁ ପୂରା ସୁରକ୍ଷିତ ଭାବେ ନେଇ ଗାଡ଼ିରେ ବସାଉଛନ୍ତି। ଏହି ଭିଡ଼ିଓଟି ଏବେ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେବା ପରେ ବ୍ୟବହାରକାରୀ ସଲୁ ମିଆଁଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି। କମେଣ୍ଟ୍‌ରେ ସଲ୍‌ମାନଙ୍କ ପାଇ ଭଲ ଭଲ କଥା ସବୁ ଲେଖୁଛନ୍ତି।

ଜଣେ ବ୍ୟବହାରକାରୀ ତାଙ୍କ କମେଣ୍ଟ୍‌ରେ ଲେଖିଛନ୍ତି, ‘‘ସଂସ୍କାରୀ ଓ ଆଦର୍ଶ ପୁଅ। ଯେଉଁଭଳି ଭାବେ ସେ ନିଜ ମାଆଙ୍କର ଯତ୍ନ ନେଉଛନ୍ତି, ଈଶ୍ବର କରନ୍ତୁ ସବୁ ମାଆଙ୍କୁ ଏପରି ପୁଅ ମିଳୁ।’’ ଅନେକ ଲୋକ ସଲ୍‌ମାନଙ୍କୁ ଶ୍ରେ‌ଷ୍ଠ ପୁଅ ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର