ହଳଦିଆ ଶାଢ଼ିରେ ମନ ମୋହିଲେ ସାରା: ଅଟୋରେ ଯାତ୍ରା କରି ଚର୍ଚ୍ଚାରେ ସୈଫ୍‌ ତନୟା

ମୁମ୍ବାଇ: ବଲିଉଡ୍‌ର ବଛା ବଛା କେତେ ଜଣ ଷ୍ଟାଇଲିଷ୍ଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ସାରା ଅଲ୍ଳୀ ଖାନ୍‌ ଅନ୍ୟତମ। ତାଙ୍କ ପୋଷାକ ଓ କେଶବିନ୍ୟାସ ସବୁବେଳେ ଲୋକଙ୍କୁ ଆକର୍ଷିତ କରିଥାଏ। ନିକଟରେ ବଲିଉଡ୍ କଳାକାର ବା ଛୋଟା ନବାବ ଭାବେ ଜଣା ଯାଉଥିବା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରାଙ୍କୁ ଶାଢ଼ିରେ ଦେଖିବାକୁ ମିଳିଛି। ସାରା ଏକ ହଳଦିଆ ଶାଢ଼ି ପିନ୍ଧି ଅଟୋରେ ଯାଉଥିବା ବେଳର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ନିକଟରେ ‘ଜରା ହଟ୍‌କେ, ଜରା ବଚ୍‌କେ’ ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ ହୋଇଯାଇଛି। ଏହି ଅବସରରେ ଚୌପାଟୀରେ ପହଞ୍ଚିଛନ୍ତି ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ତେବେ ଏହି ଷ୍ଟାର୍‌ ଦ୍ବୟ ଏକ ଅଟୋରେ ଯାଇ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାରାଙ୍କୁ ହଳଦିଆ ରଂଗ ଶାଢ଼ିରେ ଦେଖି ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି। ସାରାଙ୍କ ସାଧାପଣ ସଭିଙ୍କ ମନକୁ ପାଇଛି।

ତେବେ ଶାଢ଼ି ପିନ୍ଧିଥିବା ବେଳେ ସେ କେଶ ମୁକୁଳା ରଖି ଆକର୍ଷଣୀୟ ହେୟାର୍‌ ଷ୍ଟାଇଲ୍‌ ବନାଇଛନ୍ତି। ତେବେ ସାରାଙ୍କ ପରି ଭିକି କୌଶଲ ବି ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଭିକି ଡେନିମ୍‌ ଜିନ୍ସ ଓ ଜ୍ୟାକେଟ ସହ ଭିତରେ ଏକ ଧଳା ରଂଗର ଗଞ୍ଜି ପିନ୍ଧିଛନ୍ତି। ଭିକି ଲଗାଇଥିବା କଳା ରଂଗର ସନ୍‌ଗ୍ଲାସ ତାଙ୍କ ଲୁକ୍‌କୁ ପୂରା କରୁଛି।

ତେବେ ଅଟୋରୁ ଓହ୍ଲାଇବା ପରେ ଭିକି ଓ ସାରା ପ୍ରଶଂସକଙ୍କ ସହ ଅନେକ ଫଟୋ ପୋଜ୍‌ ବି ଦେଇଥିଲେ। ଦୁହିଁଙ୍କ ଯୋଡ଼ିକୁ ସମସ୍ତେ ବେଶ୍‌ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର