ମୁଁ ମନ୍ଦିର ଯିବି କି ମସଜିଦ ଏହା ମୋର ବ୍ୟକ୍ତିଗତ ଇଚ୍ଛା, ଏଥିପାଇଁ କାହାରି ପ୍ରଶ୍ନର ଉତ୍ତର ଦେଇ କ୍ଷମା ମାଗି ପାରିବି ନାହିଁ: ସାରା ଅଲି ଖାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ବାପା ସୈଫ ଅଲି ଖାନ ମୁସଲମାନ ହୋଇଥିବା ବେଳେ ମା’ ଅମୃତା ସିଂହ ହିନ୍ଦୁ।  ସାରା ତାଙ୍କ ଶେଷନାମ ଅଲି ଖାନ ଲେଖୁଥିବାରୁ ମନ୍ଦିର ଯିବାକୁ ନେଇ ସାରା ଅଲ୍ଲି ଖାନଙ୍କୁ ଅନେକଥର ଲୋକ ଟ୍ରୋଲ କରିଛନ୍ତି। ମନ୍ଦିର ଓ ମସଜିଦ ଯିବାକୁ ନେଇ ଅନେକ ପ୍ରଶ୍ନ ବି ଲୋକେ ସାରାଙ୍କୁ ପଚାରିଛନ୍ତି।

ନିକଟରେ ସରନେମକୁ ନେଇ ଏକ ସାକ୍ଷାତକାରେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତର ଦେଇ ସାର କହିଛନ୍ତି, ‘ପୂର୍ବରୁ ଲୋକେ ମୋତେ ସରନେମକୁ ନେଇ ଖୁବ ଟ୍ରୋଲ କରିଛନ୍ତି। ଯେଉଁଥିପାଇଁ ମୋତେ କଷ୍ଟ ବି ହୋଇଥିଲା। ମୁଁ କେମିତି ଏସବୁର ସାମ୍ନା କରିବି କିଛି ବୁଝି ପାରି ନଥିଲି। ଧୀରେଧୀରେ ମୋତେ ଏସବୁ ସାମାନ୍ୟ ଲାଗିଥିଲା। ନିଜ ପାଇଁ କେମିତି ଲଢ଼ିବି ତାହା ଜାଣି ଯାଇଥିଲି।

ମୋର ଧାର୍ମିକ ମାନ୍ୟତା କ’ଣ, ମୁଁ କେଉଁ ପୋଷାକ ପିନ୍ଧିବି, କେମିତି ବିମାନବନ୍ଦରରେ ଯିବି କ’ଣ ଖାଇବି ଏହା ମୋର ବ୍ୟକ୍ତି କଥା । ଏଥିପାଇଁ ମୁଁ କେବେ କାହାରି ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ କି କ୍ଷମା ବି ମାଗି ପାରିବି ନାହିଁ।’

ସମ୍ବନ୍ଧିତ ଖବର