ଆଇଏସଆଇ ଉପରେ ବାଲୁଚ ଆର୍ମିର ଆକ୍ରମଣ

ଲାହୋର: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି। ବାଲୁଚସ୍ତାନର ଗ୍ବାଦର ବନ୍ଦରଠା‌ରେ ବାଲୁଚ ଲିବରେସନ ଆର୍ମି (ବିଏଲଏ) ର ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚାଳନା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇର ଶାଖା ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ବିଏଲଏର ମଜିଦ୍ ବ୍ରିଗେଡ ଗ୍ବାଦର ବନ୍ଦରର ମେରାଇନ ଡ୍ରାଇଭ ନିକଟରେ ଆକ୍ରମଣ କରାଯାଇଛି। ଗ୍ବାଦର ବନ୍ଦରର ବିକାଶ କାର୍ଯ୍ୟ ଚୀନ୍ ହାତକୁ ନେଇଥିବା ବେଳେ ଏହାକୁ ବିରୋଧ କରି ଏଭଳି ହୋଇଥିବା କୁହାଯାଉଛି।

ବିଏଲଏ ପକ୍ଷରୁ ପ୍ରବକ୍ତା ଜିୟନ୍ଦ ବାଲୁଚ କହିଛନ୍ତି ଆଇଏସଆଇ ଏବଂ ଏମଆଇର କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଏହି ଅପରେସନ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହୋଇଥିଲା। ଏହା ଏବେ ମଧ୍ୟ ଜାରି ରହିଛି। ବିଏଲଏ ପକ୍ଷରୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରାଯାଇଛି ବୋଲି ସେ କହିଛନ୍ତି।

ପାକିସ୍ତାନୀ ଖବର କାଗଜ ଏକ୍ସପ୍ରେସ୍ ଟ୍ରିବ୍ୟୁନ କହିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗ୍ବାଦର ବନ୍ଦର ପରିସରରେ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି।

ବାଲୁଚ ଆର୍ମିର କେତେକ ସଦସ୍ୟ ବନ୍ଧୁକ ଏବଂ ବୋମା ନେଇ ଗ୍ବାଦର ବନ୍ଦର‌େ ପ୍ରବେଶ କରିଥିଲେ। ସେମାନେ ଧମକ ଦେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ଏହାକୁ ନେଇ ବନ୍ଦରରେ ଥିବା କର୍ମଚାରୀ ଏବଂ ଶ୍ରମିକମାନେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର