ଅଭିନେତ୍ରୀ ପ୍ରଯୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ଅଭିନେତା

ମୁମ୍ବାଇ: ଟିଭିର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ରେ ରୋଶନ ସିଂ ସୋଡିଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରି ଧାରାବାହିକର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ଅସିତ କୁମାର ମୋଦୀଙ୍କ ବ୍ୟତୀତ ଏହି ଅଭିନେତ୍ରୀ ପ୍ରୋଜେକ୍ଟ ମୁଖ୍ୟ ସୋହେଲ ରମାନି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ମଧ୍ୟ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।

ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ‘ତାରକ ମେହେତା କା ଉଲଟା ଚଷମା’ର ଅଭିନେତା ମନ୍ଦାର ଚନ୍ଦବାଦକର ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ସେ ଏଭଳି ଅଭିଯୋଗ କାହିଁକି କି କରିଛନ୍ତି? ‌ମୋତେ ଆଦୌ ଜଣାନାହିଁ କି ଦୁହିଁଙ୍କ ମଧ୍ୟରେ କ’ଣ ହୋଇଛି। ସେ ଯେଉଁ ଅଭିଯୋଗ କରୁଛନ୍ତି କି ସେଟ ପୁରୁଷଙ୍କ ଅଧୀନ‌ରେ ଥାଏ, ସେମିତି କିଛି ବି ନାହିଁ। ବରଂ ଖୁବ ସୁନ୍ଦର ବାତାବରଣ ରହିଥାଏ। ଯଦି ସେଟରେ ଭଲ ବାତାବରଣ ନଥାଆନ୍ତା, ତେବେ ସୋ’ ୧୪ବର୍ଷ ଧରି ଚାଲି ନଥାଆନ୍ତା।

ଜେନିଫର ମିସ୍ତ୍ରି ଅଭିଯୋଗ କରି କହିଛନ୍ତି, ୨୦୧୯ରେ ପୂରା ଟିମ୍ ସିଙ୍ଗାପୁର ଯାଇଥିବା ବେଳେ  ଅସିତ କୁମାର ମୋତେ ତାଙ୍କ ‌ହୋଟେଲ ରୁମକୁ ହ୍ବିସ୍କି ପିଇବାକୁ ଡାକିଥିଲେ। ମୁଁ ମନା କରିବାରୁ ପରଦିନ ସେ ମୋତେ କହିଥିଲେ, ଆଜି ତୁମେ ସୁନ୍ଦର ଲାଗୁଛ। ତୁମକୁ ଆଲିଙ୍ଗନ କରି ଚୁମ୍ବନ କରିବାକୁ ଇଚ୍ଛା ହେଉଛି।

ତାଙ୍କର ଏଭଳି ପ୍ରସ୍ତାବକୁ ମନା କରିବାରୁ ଧାରାବାହିକରେ ମୋର ସ୍କ୍ରିନସ୍ପେସ କମ କରିଦିଆଗଲା। ଏମିତି ଅନେକ ଘଟଣା ସହିବା ପରେ ମୁଁ ଶେଷ‌ରେ ଧାରାବାହିକ ଛାଡ଼ି ଦେଇଥିଲି।’

ସମ୍ବନ୍ଧିତ ଖବର