ଦୀର୍ଘ ୫୦ ଘଣ୍ଟାର ଲୁଚକାଳି ଖେଳ ସରିଲା, ଉତ୍ତରାଖଣ୍ଡ ମେଡିକାଲ୍‌ କଲେଜ ଭିତରେ ପଶି ଆତଙ୍କ ଖେଳାଇଥିବା କଲରାପତରିଆ ଶିକାର ହେଲା

ଡେରାଡୁନ୍‌: ରବିବାର ଉତ୍ତରାଖଣ୍ଡ ମେଡିକାଲ୍‌ କଲେଜ ଭିତରେ ପଶି ୩ ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ଆକ୍ରମଣ କରି ଘାଇଲା କରିଥିବା କଲରାପତରିଆ ବାଘକୁ ଦୀର୍ଘ ୫୦ ଘଣ୍ଟା ପରେ ଶିକାର କରାଯାଇଛି। ବାଘଟି ରବିବାର ସଂଧ୍ୟାରେ ଏହି ସରକାରୀ ମେଡିକାଲ୍‌ କଲେଜ ଭିତରେ ପଶି ଯାଇ ୩ ଜଣଙ୍କୁ ଆକ୍ରମଣ କରି ଘାଇଲା କରିବା ଘଟଣା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ତା’ପରେ ବାଘଟିକୁ ଧରିବା ପାଇଁ ସରକାରୀ କର୍ମଚାରୀମାନଙ୍କ ପକ୍ଷରୁ  କାର୍ଯ୍ୟ ଜୋର୍‌ସୋର୍‌ରେ ଆରମ୍ଭ ହୋଇଥିଲା। ମାତ୍ର ବାଘଟି କଲେଜ୍‌ ପରିସରରେ ଏପରି ସ୍ଥାନରେ ଳୁଚି ଯାଇଥିଲା ଯେ ତାକୁ  ଧରିବା ମୁସ୍କିଲ୍‌ ହୋଇ ପଡ଼ିଥିଲା।

ଦୀର୍ଘ ୫୦ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ସରକାରୀ କର୍ମଚାରୀମାନେ ବାଘଟିକୁ ଜୀବନ୍ତ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଶେଷରେ  ବାଘଟିକୁ ଜଣେ ପେସାଦାର ଶିକାରୀଙ୍କ ସହାୟତାରେ ଗୁଳି କରାଯାଇଥିଲା ।

News18.com

ରବିବାର ସଂଧ୍ୟାରୁ ବାଘଟି ମେଡିକାଲ୍‌ କଲେଜ ପରିସରରେ ରହିଥିଲା। ଜଙ୍ଗଲ ବିଭାଗୀୟ କର୍ମାମାନେ ଜାଲ ବିଛାଇ ତା’କୁ ଜୀବନ୍ତ ଧରିବାକୁ ବହୁ ଉଦ୍ୟମ କରିଥିଲେ ବି ସେଥିରେ ସଫଳ ହୋଇପାରି ନ ଥିଲେ।

ସେମାନେ ପ୍ରଥମେ ଆକାଡେମିକ୍‌ ବ୍ଲକ ସମ୍ମୁଖରେ ବଘଟିକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ବାଘଟି ଓଲଟା କର୍ମୀମାନଙ୍କୁ ଆକ୍ରମଣ କରିିଥିଲା। ସୁରକ୍ଷା ଗାର୍ଡ ବାଘ ନିକଟରୁ କଳେବଳେକୌଶଳ ବାହାରି ଆସି ଦୂରରୁ ଗୁଳିଚାଳନା କରିବା ପରେ ବାଘଟି ସେଠାରେ ଟଳି ପଡ଼ିଥିଲା।

ସମ୍ବନ୍ଧିତ ଖବର