ଶରଦ ପାଓ୍ବାରଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ସିଲଭର ଓକସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ମାଉସୀ ପ୍ରତିଭା ପାୱାରଙ୍କ ଅବସ୍ଥା ଜାଣିବା ପାଇଁ ଅଜିତ ପାୱାର ପହଞ୍ଚିଛନ୍ତି । ପ୍ରତିଭା ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ଦଳରେ ବିଭାଜନ ପରେ ଅଜିତ ଓ ଶରଦଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତକାର ।

ଶୁକ୍ରବାର ପ୍ରତିଭା ପାଓ୍ବାରଙ୍କୁ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା। ତେବେ ଅସ୍ତ୍ରୋପଚାର ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଜୁଲାଇ ୨ ରେ ଅଜିତ ପାୱାର ତାଙ୍କ ମାମୁଁ ଶରଦ ପାୱାରଙ୍କ ଦଳ ଏନସିପିରେ ଅନେକ ବିଧାୟକଙ୍କ ସହ ବିଦ୍ରୋହ କରି ବିଜେପି-ଏକନାଥ ସିନ୍ଦେ ମେଣ୍ଟ ସରକାରରେ ଯୋଗ ଦେଇଥିଲେ ।

ଅଜିତ ପାୱାର ଏହି ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଶୁକ୍ରବାର ତାଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ଅର୍ଥ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଭାବେ ବିବେଚନା କରାଯାଏ । ଅଜିତ ପାୱାର ସରକାରରେ ଯୋଗ ଦେବା ପରେ ଅର୍ଥ ମନ୍ତ୍ରଣାଳୟ କୁ ନେଇ ଜିଦ୍ ଧରିଥିଲେ। ଏହାସହିତ ଅନ୍ୟ ବିଦ୍ରୋହୀ ଏନସିପି ବିଧାୟକଙ୍କୁ ବି ବିଭାଗ ବଣ୍ଟନ କରାଯାଇଛି ।

 

ସମ୍ବନ୍ଧିତ ଖବର