ମଝି ଆକାଶରେ ବିମାନ କବାଟ ଖୋଲିଯିବା ମାମଲା: ଜଣାପଡ଼ିଲା ତ୍ରୁଟି

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଆଲାସ୍କା ଏୟାରଲାଇନ୍ସର ଏକ ବୋଇଂ ୭୩୭ ବିମାନର କ୍ୟାବିନ୍‌ ଡୋର୍‌ ମଝି ଆକାଶରେ ଉଡ଼ିଯିବା ପରେ ଏହାକୁ ନେଇ ବିଶ୍ବବ୍ୟାପୀ ଚିନ୍ତା ପ୍ରକଟ କରାଯାଇଛି। ଭାରତୀୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଦେଶରେ ଥିବା ସେହି ଧରଣର ୩୨ଟି ବିମାନକୁ ଯାଞ୍ଚ କରାଯାଇଛି।

ତେବେ ଏଭଳି ଏକ ଘଟଣା କାହିଁକି ଘଟିଲା ତାହାକୁ ନେଇ ଯାଞ୍ଚ୍‌ ହେବା ପରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ‌ଯେ ବୋଇଂ ୭୩୭ ମେକ୍ସ ଜେଟ୍‌ରେ ବୋଲ୍‌ଟ୍‌ ଢିଲା ଥିବା ଜାଣିବାକୁ ମିଳିଛି। ୟୁନାଇଟେଡ୍‌ ଏୟାର୍‌ଲାଇନ୍ସ ସୋମବାର ପ୍ରକାଶ କରିଛି କି ଆଲାସ୍କା ଏୟାରଲାଇନ୍ସର ବିମାନ ଘଟଣା ପରେ ଯାଞ୍ଚ୍‌ ହେବାରୁ ବୋଇଂ ୭୩୭ ମେକ୍ସ ଜେଟ୍‌ରେ ବୋଲ୍ଟ ଢିଲା ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପାଖରେ ୪, ସ୍ପାଇସ୍‌ଜେଟ୍‌ରେ ୮ ଓ ଆକାଶ ଏୟାର ପାଖରେ ୨୦ଟି ବୋଇଂ ୩୭୩-୮ ମ୍ୟାକ୍ସ ବିମାନ ରହିଛି। ଏହି ବିମାନଗୁଡ଼ିକେ ଏକ ମିଡ୍‌-କ୍ୟାବିନ୍‌ ଡୋର୍‌ ରହିଛି। ସବୁ ବିମାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ଲାଗି କଂପାନିଗୁଡ଼ିକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ବେଳେ କୌଣସି ପ୍ରକାର ତ୍ରୁଟି କିମ୍ବା ଅବହେଳା ସାମ୍ନାକୁ ଆସିନଥିଲା। ଯଦିଓ ଆକାଶ ଏୟାର ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ଏହି ଘଟଣାକୁ ନେଇ ବିଶ୍ବର ଅଧିକାଂଶ ଏୟାରଲାଇନ୍ସ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ନିଜ ପାଖରେ ଥିବା ବୋଇଂ ୭୩୭ ମ୍ୟାକ୍ସ ବିମାନଗୁଡ଼ିକର ଉଡ଼ାଣ ରଦ୍ଦ କରିଛନ୍ତି। କେତେକ ମ୍ୟାକ୍ସ ୯ ବିମାନର ଉଡ଼ାଣକୁ ସାମୟିକ ସମୟ ଲାଗି ବନ୍ଦ ରଖିବାକୁ ଆମେରିକା ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ନିର୍ଦ୍ଦେଶ ଜାରି କରିଛନ୍ତି।

 

ସମ୍ବନ୍ଧିତ ଖବର