ମୁସଲିମ ପକ୍ଷର ଆବେଦନକୁ ଖାରଜ କରି ହିନ୍ଦୁମାନଙ୍କୁ ଜ୍ଞାନବାପୀରେ ପ୍ରାର୍ଥନା କରିବାକୁ ଅନୁମତି ଦେଲେ ଅଦାଲତ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦରେ ହିନ୍ଦୁ ପକ୍ଷଙ୍କ ପୂଜା ନେଇ ଆଜି ଆଲ୍ଲହାବାଦ ହାଇକୋର୍ଟରେ ଶୁଣାଣି ଥିଲା। ଅଦାଲତ ମାମଲାର ଶୁଣାଣି କରିବା ପରେ ମୁସ୍‌ଲମାନ ପକ୍ଷକୁ ଶକ୍ତ ଝଟ୍‌କା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ଖାରଜ କରି ହିନ୍ଦୁମାନଙ୍କୁ ଜ୍ଞାନବାପୀରେ ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି।

ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ ଅଦାଲତ। ଏହାପରେ ସେଠାରେ ପୂଜାର୍ଚ୍ଚନା ହୋଇଆସୁଛି । କିନ୍ତୁ ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇର୍କୋଟ ଯାଇଥିଲେ ଅନଜୁମନ ଇନ୍ତଜାମିଆ ମସଜିଦ କମିଟି । ମସଜିଦରେ ପୂଜାର୍ଚ୍ଚନା ହେବ କି ନାହିଁ ଆଜି ଜଷ୍ଟିସ ରେହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି । ପୂର୍ବରୁ ଫେବ୍ରୁଆରି ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଆଜି ତାହା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର