ଗୁଜରାଟ ‘ବିଜେପି’ର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ପ୍ରଦୀପ ସିଂହ ବାଘେଲା

ଅହମଦାବାଦ: ଗୁଜରାଟ ‘ବିଜେପି’ର ସାଧାରଣ ସମ୍ପାଦକ ପଦରୁ ଆଜି ପ୍ରଦୀପ ସିଂହ ବାଘେଲା ଇସ୍ତଫା ଦେଇଥିବା କଥା ଦଳର କର୍ମକର୍ତ୍ତାମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଇସ୍ତଫା ଦେଇଛନ୍ତି ସୁନିଶ୍ଚିତ କରିବା ସହିତ ଲୋକମାନଙ୍କୁ ବାଘେଲା କହିଛନ୍ତି ଯେ, ଅଳ୍ପ ଦିନ ପରେ ସବୁକିଛି ଠିକ୍‌ଠାକ୍‌ ହୋଇଯିବ।

Image Courtesy of IndiaTV

୨୦୧୬ ଅଗଷ୍ଟ ୧୦ ତାରିଖ ଦିନ ବାଘେଲାଙ୍କୁ ରାଜ୍ୟ ‘ବିଜେପି’ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ମାତ୍ର ବର୍ଷେ ଥିବା ବେଳେ ଉପରୋକ୍ତ ଆଜି ଘୋଷଣା କରାଯାଇଛି। ନିର୍ବାଚନ ପ୍ରତି ଧ୍ୟାନ ଦେଇ ନିକଟରେ ଗୁଜରାଟ ‘ବିଜେପି’ ‘ମହା ଜନସମ୍ପର୍କ ଅଭିଯାନ’ ଆୟୋଜନ କରିଥିଲା। ଏଥିରେ ବୁଦ୍ଧୀଜୀବୀମାନଙ୍କୁ ସମବେତ କରାଯିବା ସହିତ ବିଭିନ୍ନ ବ୍ୟାବସାୟିକ ସମ୍ପ୍ରଦାୟଙ୍କ ସମ୍ମିଳନୀ ଡକାଯାଇଥିଲା। ଏହାଛଡ଼ା, ଅନ୍ୟାନ୍ୟ ପ୍ରସଙ୍ଗ ବି ଏହି ଜନସମ୍ପର୍କ ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଏହି ବିଶାଳ ଜନସମ୍ପର୍କ ଅଭିଯାନରେ ‘ବିଜେପି’ ବୁଦ୍ଧିଜୀବୀ ନାଗରିକଙ୍କର ୧୦୦ଟି ସମାବେଶ ଏବଂ ୨୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଶାଳ ରାଲି ମଧ୍ୟ ଆୟୋଜନ କରିଥିଲା।

ସମ୍ବନ୍ଧିତ ଖବର