ଜାନୁଆରି ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍‌ କରିବେ ଚାଷୀ

ଗାଜିପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଚାଷୀମାନଙ୍କ ଦାବି ପୂରଣ ନହେଲେ ଆସନ୍ତା ସାଧାରଣତନ୍ତ୍ର ଦିବସ ତଥା ଜାନୁଆରି ୨୬ରେ ହଜାର ହଜାର ସଂଖ୍ୟାରେ ଚାଷୀ ଜାତୀୟ ରାଜଧାନୀରେ ପ୍ରବେଶ କରିବେ ଏବଂ ଟ୍ରାକ୍ଟର୍‌ ପରେଡ୍‌ କରିବେ। ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବାପାଇଁ ଯୋଜନା କରିଛନ୍ତି। ଦୀର୍ଘ ୧ ମାସ ଧରି ଚାଲିଥିବା ଆନ୍ଦୋଳନର ସଂଯୋଜନା କରୁଥିବା ଏକ ୭ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଚାଷୀମାନଙ୍କ ସଦ୍ୟ ଏଜେଣ୍ଡା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ସେମାନେ ଏକ ୧୫ ଦିନିଆ ଯୋଜନା କରିଛନ୍ତି। ଜାନୁଆରି ୬ ତାରିଖରୁ ସେମାନେ ସେମାନଙ୍କ ନୂଆ‌ ଏଜେଣ୍ଡା ଅନୁଯାୟୀ କାମ କରିବେ। ନୂଆ ଏଜେଣ୍ଡାରେ ରାଜଭବନ ପିକେଟିଂ, ଦିଲ୍ଲୀ ସୀମାର ୬ଟି ପାର୍ଶ୍ବରୁ ଆନ୍ଦୋଳନ ଯାତ୍ରା ଏବଂ ଜାନୁଆରି ୨୬ ଟ୍ରାକ୍ଟର ପରେଡ୍‌ ପାଇଁ ରିହର୍ସାଲ୍‌ କରିବେ। ଚାଷୀନେତାମାନେ କହିଛନ୍ତି, ସେମାନେ ଜାନୁଆରି ୪ ତାରିଖରେ ସରକାରଙ୍କ ସହ କଥାବାର୍ତ୍ତା ପର୍ଯ୍ୟନ୍ତ ଅପେକ୍ଷା କରିବେ। ସୁପ୍ରିମକୋର୍ଟରେ ଜାନୁଆରି ୫ ତାରିଖରେ କୃଷି ଆଇନକୁ ଆଧାର କରି ହୋଇଥିବା କେତେକ ପିଟିସନ୍ ଉପରେ ଶୁଣାଣି ଅଛି। ତେବେ ସରକାରଙ୍କ ଆଲୋଚନା ପରେ ଯଦି ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ନଯା‌ଏ ତେବେ ସେମାନେ ଅତି କଠୋର ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର