ସେ ଦେଶର ପ୍ରଧାନମନ୍ତ୍ରୀ, ନରମିବାରେ ଲାଗିଛି ଫାରୁକଙ୍କ ସ୍ୱର

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳମାନଙ୍କର ନେତାଙ୍କର ବୟାନବାଜି ମଧ୍ୟ ବଢ଼ିବାରେ ଲାଗିଛି | ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହିଟଲରଙ୍କ ଶାସନ ମଧ୍ୟ ୧୦ ବର୍ଷରୁ ଅଧିକ ରହିପାରିନଥିଲା | ତେବେ ଏହାକୁ ନେଇ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ (ଏନସି) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଫାରୁକ୍ ଅବଦୁଲ୍ଲା, ଅଖିଳେଶ ଯାଦବଙ୍କ ବିବୃତ୍ତିକୁ ନେଇ କହିଛନ୍ତି ଯେ ମୁଁ ଜାଣେ ନାହିଁ ସେ (ଅଖିଳେଶ ଯାଦବ) କ’ଣ କହିଛନ୍ତି ଏବଂ କେଉଁ ପରିସ୍ଥିତିରେ ସେ ଏହା କହିଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କଥା ଆସିବ, ବଡ କଥା ଯେ ସେ (ମୋଦୀ) ବିଜେପିର ପ୍ରଧାନମନ୍ତ୍ରୀ ନୁହଁନ୍ତି।

ସେ ପ୍ରଧାନମନ୍ତ୍ରୀ ଭାବେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ୧୪୦ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି। ସେ ମୁସଲମାନ, ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ ଏବଂ ସେହି ଲୋକମାନଙ୍କର ମଧ୍ୟ ପ୍ରତିନିଧିତ୍ୱ କରନ୍ତି। ସେ ଆମର ପ୍ରଧାନମନ୍ତ୍ରୀ। ” ବାସ୍ତବରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନ ନେଇ ବିଜେପି ସରକାରକୁ ହିଟଲରଙ୍କ ଶାସନ ସହ ତୁଳନା କରିଛନ୍ତି। ମୋଦୀ ସରକାରଙ୍କ ଉପରେ କଟାକ୍ଷ କରି ଅଖିଳେଶ କହିଛନ୍ତି ଯେ ହିଟଲରଙ୍କ ଶାସନ ମଧ୍ୟ ୧୦ ବର୍ଷରୁ ଅଧିକ ଚାଲିପାରିନଥିଲା ଏବଂ ଏବେ ଏହା ୧୦ ବର୍ଷ ହୋଇସାରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣ ସବୁକିଛି ବୁଝିଛନ୍ତି। ଯଦି ଉତ୍ତରପ୍ରଦେଶର ଲୋକମାନେ ସ୍ୱାଗତ କରିବା ଜାଣନ୍ତି, ତେବେ ସେମାନେ ମଧ୍ୟ କିପରି ବିଦାୟ ଦେବେ ଜାଣନ୍ତି |

ସମ୍ବନ୍ଧିତ ଖବର