ବୀରତା ପୁରସ୍କାର ଘୋଷିତ : ମେଜର ଶୁଭାଙ୍ଗଙ୍କୁ କୀର୍ତ୍ତିଚକ୍ର, ସେନାର ସହିଦ କୁକୁର ‘ଜୁମ୍’କୁ ମିଳିବ ପଦକ

ନୂଆଦିଲ୍ଲୀ : ୭୪ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି । ମୋଟ ୪୧୨ ଜଣ ସାମରିକ ଓ ପୁଲିସ କର୍ମୀଙ୍କୁ ଅତୁଳନୀୟ ସାହସ ପାଇଁ ଏହି ପୁରସ୍କାର ଦିଆଯିବ । ଏଥିରେ ୨ ସେନା ଏବଂ ୪ ଟି ଗୃହ ମନ୍ତ୍ରଣାଳୟ (ମରଣୋତ୍ତର ୪), ୭ ସେନା, ୫ ବାୟୁସେନା, ୩ ଗୃହ ମନ୍ତ୍ରଣାଳୟ (୨ ମରଣୋତ୍ତର), ୯୩ ସେନା ପଦକ (୪ ମରଣୋତ୍ତର ସମେତ) ଏବଂ ଗୋଟିଏ ସେନା ପଦକ ବାର୍, ୧ ନୌସେନା ପଦକ (ସାହସିକତା) ସମେତ ୬ ଟି କୀର୍ତ୍ତି ଚକ୍ର, ୭ ବାୟୁ ପଦକ (ସାହସିକତା), ୨୯ ପରମ ବିଶିଷ୍ଟ ସେବା ପଦକ ଅନ୍ତର୍ଭୁକ୍ତ ।

ମେଜର ଶୁଭାଙ୍ଗ ଓ ନାୟକ ଜିତେନ୍ଦ୍ର ସିଂଙ୍କୁ କୀର୍ତ୍ତିଚକ୍ରରେ ସମ୍ମାନିତ କରାଯିବ । ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଭାରିନ୍ଦର ସିଂ ପଠାନିଆଙ୍କୁ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମୋଟ ୨୯ ଜଣ ସେବାକାରୀ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କୁ ସେମାନଙ୍କର ବିଶିଷ୍ଟ ସେବା ପାଇଁ ପିଭିଏସଏମ ପ୍ରଦାନ କରାଯାଇଛି ।

 28 आर्मी डॉग यूनिट के इंडियन आर्मी डॉग 'ज़ूम' को मरणोपरांत मेंशन-इन-डिस्पैच वीरता पुरस्कार से सम्मानित किया गया. पिछले साल 9 अक्टूबर को जम्मू कश्मीर के अनंतनाग जिले के टांगपावा इलाके में एक ऑपरेशन के दौरान दो गोली लगने से जूम की मौत हो गई थी. (इनपुट एएनआई से)

ଚିନାର କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂ ଅଜଲାଙ୍କୁ ଉତ୍ତମ ଯୁଦ୍ଧ ସେବା ପଦକ (ୟୁୱାଇଏସଏମ) ପ୍ରଦାନ କରାଯାଇଛି। ୩ କର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ଆର.କେ. ତିୱାରୀ ଏବଂ ୧୪ କର୍ପସର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏ ସେନଗୁପ୍ତାଙ୍କୁ ମଧ୍ୟ ୟୁୱାଇଏସଏମ ପୁରସ୍କାର ପ୍ରଦାନ କରାଯିବ ।

୨୮ ଆର୍ମି ଡଗ୍ ୟୁନିଟ୍ ର ଭାରତୀୟ ସେନା କୁକୁର ‘ଜୁମ୍ ‘କୁ ମରଣୋତ୍ତର ଭାବେ ମେନସନ୍-ଇନ୍-ଡିସପାଚ୍ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଗତ ବର୍ଷ ଅକ୍ଟୋବର ୯ ରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଟାଙ୍ଗପାୱା ଅଞ୍ଚଳରେ ଏକ ଅପରେସନ୍ ସମୟରେ ଜୁମ୍ ଦୁଇଟି ଗୁଳିରେ ପ୍ରାଣ ହରାଇଥିଲା ।

ସମ୍ବନ୍ଧିତ ଖବର