ହୋଲି ପୂର୍ବରୁ ଏଲଆଇସି କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ଦରମା

ନୂଆଦିଲ୍ଲୀ: ଏଲଆଇସିର ୧.୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ହୋଲି ପୂର୍ବରୁ ଖୁସି ଖବର ଆସିଛି। ସେମାନଙ୍କ ଦରମା ୧୭ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି। ବ୍ୟାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା ହେବା ପରେ ଏଲଆଇସି ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ବର୍ଦ୍ଧିତ ଦରମା ପିଛିଲା ଭାବେ ୧ ଅଗଷ୍ଟ ୨୦୨୨ରୁ ଲାଗୁହେବ। ସେହିପରି ୨୦୧୦ ପରେ ଏଲଆଇସିରେ ସାମିଲ ହୋଇଥିବା ୨୪,୦୦୦ କର୍ମଚାରୀଙ୍କ ଏନପିଏସ ଯୋଗଦାନ ୧୦- ପ୍ରତିଶତରୁ ବଢ଼ାଇ ୧୪ ପ୍ରତିଶତ କରି ଦିଆଯାଇଛି। ଏହା ସହିତ ଏଲଆଇସିର ୩୦,୦୦୦ରୁ ଅଧିକ ପେନସନଭୋଗୀ ଏବଂ ପରିବାର ପେନସନ ଭୋଗୀ ୱାନ-ଟାଇମ୍ ଏକ୍ସ ଗ୍ରାସିଆକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ପୂର୍ବରୁ ୧ ନଭେମ୍ବର ୨୦୨୨ରୁ ପିଛିଲା ଭାବେ ୧୭ ପ୍ରତିଶତ ଦରମା ବୃଦ୍ଧି ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା। ଏବେ ଏଲଆଇସି ପକ୍ଷରୁ ମଧ୍ୟ ଦରମା ବୃଦ୍ଧି କରାଯାଇଛି।

ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇ ଥିଲା। ଫଳରେ ଏହା ୪୬ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ନୂଆ ମହଙ୍ଗା ଭତ୍ତା ପିଛିଲା ଭାବେ ୧ ଜାନୁୟାରୀ ୨୦୨୪ରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଆର୍ଥିକ ମାମଲାର କମିଟି(ସିସିଇଏ)ର ନିଷ୍ପତ୍ତି କ୍ରମେ ଏହି ଘୋଷଣା କରାଯାଇଥିଲା। ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେବା ସହିତ ଦରମାର ଅନ୍ୟାନ୍ୟ କମ୍ପୋନେଟ ଏବଂ ଅନ୍ୟ ଭତ୍ତାରେ ମଧ୍ୟ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର