‘ବିହୁ’କୁ ବିହାରର ପର୍ବ ବୋଲି କହିଥିବାରୁ କ୍ଷମା ମାଗିଲେ ହେମା ମାଳିନୀ

ମୁମ୍ବ‌ାଇ:ବିହୁ ଆସାମର ସବୁଠାରୁ ବଡ ପର୍ବ ଏବଂ ଏହି ପର୍ବ ପ୍ରତିବର୍ଷ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ପଡ଼େ ବୋଲି ଆମ‌େ ସମସ୍ତେ ଜାଣନ୍ତି। ଏହି ପର୍ବ ଅମଳ ସମୟର ଆରମ୍ଭକୁ ଚିହ୍ନିତ କରେ। ଚଳିତବର୍ଷ ଏହା ଏପ୍ରିଲ୍‌ ୧୪ରୁ ୨୦ ମଧ୍ୟରେ ପାଳନ କରାଯାଉଛି।

ତେବେ ଏହାକୁ ନେଇ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରି ସଭିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ହେମା ମାଳିନୀ ଭୁଲ୍‌ ବଶତଃ ବିହୁକୁ ଆସାମର ପରିବର୍ତ୍ତେ ବିହାରର ପର୍ବ ବୋଲି ଲେଖି ଦେଇଥିଲେ। ଯାହାକୁ ନେଇ ତାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଟ୍ରୋଲ୍‌ କରିବା ଆରମ୍ଭ କରିଥିଲେ।

ଏବେ ସେ ନିଜର ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି। ସେ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ବିହୁକୁ ବିବାହରର ପର୍ବ ବୋ‌ଲି ଭୁଲ୍‌ରେ ଲେଖିଛି। ବାସ୍ତବରେ ଏହା ଆସାମର ପର୍ବ। ଦୁଃଖିତ।’

ହେମା ବିହୁକୁ ବିହାରର ପର୍ବ ବୋଲି ଲେଖିବା ପରେ ଅନେକ ବ୍ୟବହାରକାରୀ ଭିନ୍ନ ମନ୍ତବ୍ୟ ଦେଇଥିଲେ। ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଆପଣ ସଂପୂର୍ଣ୍ଣ ଭୁଲ୍ ମ୍ୟାଡାମ୍, ବିହୁ କେବଳ ଆସାମର। ଉତ୍ତର-ପୂର୍ବ ଅଞ୍ଚଳ ବିଷୟରେ ଦୟାକରି ନିଜର ଜ୍ଞାନ ବୃଦ୍ଧି କରନ୍ତୁ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଏହି ପୋ‌ଷ୍ଟ୍‌ ପରେ ବିହୁ ପର୍ବକୁ ବିହାରରେ ପାଳନ ପାଇଁ ବାଧ୍ୟତାମୂଳକ କରାଗଲା।’

ସମ୍ବନ୍ଧିତ ଖବର