ଦାମୀ କାରଠୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ, ଜାକଲିନଙ୍କ ଗୋଟେ ମେସେଜ ପରେ କିିଣି ପଠାଉଥିଲେ ସୁକେଶ

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ଇଡି ଆଗରେ ଅନେକ ଖୁଲାସା କରିଥିଲେ ଜାକଲିନ।

ଇଡିର ଚର୍ଜସିଟ ମୁତାବକ, ଡିସେମ୍ବର ୨୦୨୦ ଏବଂ ଜାନୁୟାରି ୨୦୨୧ରେ ସୁକେଶ ପ୍ରଥମେ ଜାକଲିନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁକେଶ କିଏ ବୋଲି ଜାଣି ନ ଥିବାରୁ ଜାକଲିନ ତାଙ୍କ କଲର ଉତ୍ତର ଦେଇନଥିଲେ। ସୁକେଶ ଚନ୍ଦ୍ରଶେଖର ତା’ପରେ ଜାକଲିନଙ୍କ ମେକଅପ୍ ଆର୍ଟିଷ୍ଟ ଶାନ୍ ମୁଥାଥିଲଙ୍କ ମାଧ୍ୟମରେ ଜାକଲିନଙ୍କ ସହ ଯୋଗାଯୋଗ କରିଥିଲେ। ନିଜକୁ ସନ୍ ଟିଭର ମାଲିକ ବୋଲି କହିବା ସହ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଳିତାଙ୍କ ପରିବାରର ସଂପର୍କୀୟ ବୋଲି କହିଥିଲେ ସୁକେଶ। ନିଜକୁ ଜାକଲିନଙ୍କ ବଡ଼ ପ୍ରଶଂସକ ବୋଲି କହି ୩-୪ଟି ସାଉଥ ଫିଲ୍ମରେ କାମ ଦେବାକୁ ଚାହୁଁଥିବା ସୁକେଶ କହିଥିଲେ। ସଂପର୍କ ବଢ଼ିବା ସହ ସୁକେଶ ଜାକଲିନଙ୍କୁ ଉପହାର ଦେବା ଆରମ୍ଭ କରିଥିଲେ। ଜାକଲିନ ବଡ଼ ବଡ଼ ସା’ରୁମ ଯାଇ ଦାମୀ ଜିନିଷ ଦେଖିବା ପରେ ଏହାର ବିବରଣୀ ସୁକେଶଙ୍କୁ ପଠାଉଥିଲେ। ଏହା ପରେ ସୁକେଶ ସେ ଜିନିଷ କିଣି ଜାକଲିନଙ୍କୁ ପଠାଉଥିଲେ।

indiatoday

ସୁକେଶ ଜାକଲିନଙ୍କୁ ଦୁଇଟି ହୀରା କାନଫୁଲ, ଦୁଇଟି ହର୍ମେସ୍ ବ୍ରେସଲେଟ୍, ବର୍କିନ୍, ଗୁଚି, ଚନେଲର ତିନିଟି ଡିଜାଇନର୍ ବ୍ୟାଗ୍ ଏବଂ ଲୁଇସ୍ ଭ୍ୟୁଟନ୍ ଜୋତା ଦେଇଛନ୍ତି। ଏହାସହ ଦାମୀ କାର ମଧ୍ୟ ଉପହାରରେ ଦେଇଥିବା କଥା ସ୍ବୀକାର କରିଛନ୍ତି ଜାକଲିନ।

ସମ୍ବନ୍ଧିତ ଖବର