ଜମ୍ମୁ-କଶ୍ମୀର ଏବଂ ଲଦାଖର ନୂଆ ରାଜନୈତିକ ମାନଚିତ୍ର ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନବଗଠିତ କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ କଶ୍ମୀର ଏବଂ ଲଦାଖର ନୂଆ ରାଜନୈତିକ ମାନଚିତ୍ର ଜାରି କରିଛନ୍ତି। ଏଥିରେ ଜମ୍ମୁ କଶ୍ମୀର ଏବଂ ଲଦାଖର ନୂତନ ପ୍ରଶାସନିକ ସୀମା ନିର୍ଦ୍ଧାରଣ କରାଯାଇଛି । ଅକ୍ଟୋବର ୩୦ ତାରିଖ ମଧ୍ୟରାତ୍ରୀରୁ ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଥିଲା। ଗୁରୁବାର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଇଥିବା ବେଳେ ଲଦାଖ୍‌ର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଶପଥ ଗ୍ରହଣ କରିଥିଲେ। ପାକିସ୍ତାନ ଅଧିକୃତ କଶ୍ମୀରକୁ ସଂପୂର୍ଣ୍ଣ ଭାବେ ଲଦାଖ କେନ୍ଦ୍ର ଶାସିତ ଅଂଚଳରେ ରଖାଯାଇଛି।

ସମ୍ବନ୍ଧିତ ଖବର