ସେନାରେ ସାମିଲ ହେଲେ ସହିଦଙ୍କ କନ୍ୟା: ପିନ୍ଧିଲେ ବାପାଙ୍କ ପୋଷାକ

ନୂଆଦିଲ୍ଲୀ: ସହିଦ ପରିବାର ପ୍ରତି ଦେଶ ତଥା ଦେଶବାସୀଙ୍କ ସର୍ବଦା ସମ୍ମାନ ରହିଥାଏ। ତେବେ ଦେଖାଯାଏ ସହିଦ ହୋଇଥିବା ବାପାଙ୍କ ଝିଅ ହୁଅନ୍ତୁ ଅବା ପୁଅ ବଡ଼ ହୋଇ ସେନାରେ ଯିବାକୁ ଚାହିଁଲେ କିଛି ପରିବାର ବାରଣ କରିଥାଆନ୍ତି। କିନ୍ତୁ ଏପରି ବି ପରିବାର ଅଛନ୍ତି ଯେଉଁ ପରିବାରରେ ବାପା ଦେଶ ପାଇଁ ସହିଦ ହେବାପରେ ପରେ ପୁଅ ହେଉ ଅବା ଝିଅ ସେନାରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି।

୨୦୨୩ରେ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ନବନୀତ ବତ୍ସ ସହିଦ ହୋଇଥିଲେ। ଏହାପର ଠାରୁ ନବନୀତଙ୍କ କନ୍ୟା ଇନାୟତ ବତ୍ସ ସେନାରେ ସାମିଲ ହେବ‌ାକୁ ସ୍ଥିର କରି ଦେଇଥିଲେ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲେ।

୨୦୨୪ ଏପ୍ରିଲରେ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ଇନାୟତ ଯୋଗ ଦେବେ। ଇନାୟତ ଦିଲ୍ଲୀ ୟୁନିଭର୍ସିଟିର ଲେଡି ଶ୍ରୀରାମ କଲେଜରୁ ଯୁକ୍ତତିନ ପାଠପଢ଼ା ଶେଷ କରି ହିନ୍ଦୁ କଲେଜରେ ରାଜନୀତିବିଜ୍ଞାନରେ ପୋଷ୍ଟ ଗ୍ରାଜୁଏସନ ଜାରି ରଖିଛନ୍ତି।

 

ଇନାୟତ ବତ୍ସଙ୍କ ମା’ ଶିବାନୀ ଭାବୁକ ହୋଇ କହିଛନ୍ତି, ‘ମ‌ୋ ଝିଅ ଖୁବ ସାହାସୀ। ତାର ଗ୍ରାଜୁଏସନ ପାଠପଢ଼ା ଶେଷ ହେବାପରେ ସେ ସେନାରେ ସାମିଲ ହେବାକୁ ସ୍ଥିର କରିଥି‌‌ଲା। ଜଣେ ସହିଦଙ୍କ କନ୍ୟା ହୋଇ ସେନାରେ ସାମିଲ ହେବା ଇନାୟତଙ୍କ ପାଇଁ ସ୍ବାଭାବିକ କଥା ଥିଲା।

ଇନାୟତ ଚାହିଁଥିଲେ ଆରାମଦାୟକ ଚାକିରି କରି ପାରିଥାଆନ୍ତା। କିନ୍ତୁ ସେ ତାର ପିତାଙ୍କ ପଦାଙ୍କ ଅନୁସରଣ କରି ଆଗକୁ ବଢ଼ୁଛି। ମୋର ଆର୍ଶୀବାଦ ତା ଉପରେ ଅଛି। ଇନାୟତଙ୍କୁ ନେଇ ମୁଁ ଗର୍ବ କରେ।’

ସମ୍ବନ୍ଧିତ ଖବର