ଦାଉଦ ଗୋଷ୍ଠୀର ୫ ଜଣଙ୍କୁ ଧରିଲା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ

ମୁମ୍ବାଇ: ଜବରଦସ୍ତ ଅର୍ଥ ଆଦାୟ (ଏକ୍ସଟର୍ସନ) ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ଆଣ୍ଟି-ଏକ୍ସଟର୍ସନ ସେଲ ସୋମବାର ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ଗୋଷ୍ଠୀର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମୁମ୍ବାଇ ପୁଲିସ ଗ୍ୟାଙ୍ଗଷ୍ଟର ଛୋଟା ସକିଲର ଭିଣେଇ ସଲିମ କ୍ୟୁରେସି ଓରଫ ସଲିମ ଫ୍ରୁଟ ଏବଂ ଦାଉଦର ଘନିଷ୍ଠ ସହଯୋଗୀ ରିଆଜ ଭାଟିକୁ ଗିରଫ କରିଥିଲା।

ସେମାନଙ୍କୁ ଜେରା କରିବା ଓ ବୟାନ ରେକର୍ଡ କରାଇନେବା ପରେ ଏହି ୫ ଜଣଙ୍କ ବିଷୟରେ ପୁଲିସ ସୂଚନା ପାଇଥିଲା। ମୁମ୍ବାଇର ଅନ୍ଧେରୀ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ଏହାପରେ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବାର ସମ୍ଭାବନା ଅଛି ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର