ଅମିତାଭ ବଚ୍ଚନ ଓ ଅନୁଷ୍କା ଶର୍ମାଙ୍କ ବିନା ହେଲ୍‌ମେଟ୍‌ ଫଟୋକୁ ନେଇ ହେଲା ଅଭିଯୋଗ, ମୁମ୍ବାଇ ପୁଲିସ୍‌ ମାଗିଲା ଲୋକେସନ୍‌

ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନ ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛନ୍ତି। ସେ ତାଙ୍କ ସୁଟିଂ ସେଟ୍‌ରେ ପହଞ୍ଚିବା ପାଇଁ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୋଟରସାଇକେଲରେ ବସି ଯାଉଥିବା ଦୃଶ୍ୟର ଫଟୋ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି। ତେବେ ମୁମ୍ବାଇର ଟ୍ରାଫିକ୍‌ ଜାମ୍‌ ସମସ୍ୟାକୁ ଏଡ଼େଇ ଅପରିଚିତ ବ୍ୟକ୍ତି ଜଣକ ଉଚିତ ସମୟ‌ରେ ସୁଟିଂ ସେଟ୍‌‌ରେ ପହଞ୍ଚାଇ ଦେଇଥିଲେ ବୋଲି ବିଗ୍‌ ବି କହିଥିଲେ।

ତେବେ ଅମିତାଭଙ୍କ ଏହି ଫଟୋ ଭାଇରାଲ୍‌ ହେବାର ଗୋଟିଏ ଦିନ ପରେ ଅନୁଷ୍କା ଶର୍ମା ମଧ୍ୟ ରାସ୍ତାରେ ନିଜ ଅଙ୍ଗରକ୍ଷୀଙ୍କ ସହ ବାଇକ୍ ପଛରେ ବସି ଯାଉଥିବାର ନଜର ଆସିଥିଲେ। ଉଭୟ ଫଟୋ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସମାଲୋଚନାର ବିଷୟ ପାଲଟିଛି। ଜଣାଶୁଣା ତାରକା ହୋଇ ମଧ୍ୟ ହେଲ୍‌ମେଟ୍‌ ନପିନ୍ଧି ବାଇକ୍‌ରେ ଯାଉଥିବା କାରଣରୁ ବ୍ୟବହାରକାରୀ ସେମାନଙ୍କୁ ନିନ୍ଦା କରିଥିଲେ।

 

ବିଗ୍‌ ବିଙ୍କୁ ଜଣେ ପ୍ରଶଂସକ ପଚାରିଥିଲେ, ହେଲମେଟ କେଉଁଠାରେ ସାର୍ ? ଅନ୍ୟ ଜଣେ ପ୍ରଶଂସକ ‘କୌନ୍‌ ବନେଗା କରୋଡ଼ପତିରେ ବିଗ୍‌ ବି ଯେପରି ଶୈଳୀରେ କୁହନ୍ତି ସେପରି ଭାବେ ଲେଖିଥିଲେ ଯେ, କମ୍ପ୍ୟୁଟର ଜି ଅନ୍ଲାଇନ୍ ଚାଲାଣ ଜାରି କରିଦିଅ ଜଲ୍‌ଦି ଜଲ୍‌ଦି’।

କିଛି ଉପଭୋକ୍ତା ମୁମ୍ବାଇ ଟ୍ରାଫିକ ପୁଲିସକୁ ମଧ୍ୟ ଟ୍ୟାଗ କରିଥିଲେ। ତେବ‌େ ଏହାର ତଦନ୍ତ କରିବାକୁ ମୁମ୍ବାଇ ପୁଲିସ୍‌ ଅଭିଯୋଗକାରୀଙ୍କୁ ଲୋକେସନ୍‌ ବିଷୟରେ ପଚାରିଥିଲା।

ସମ୍ବନ୍ଧିତ ଖବର