ଛାଡପତ୍ର କୌଣସି ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ କହି ସ୍ୱାମୀଙ୍କ ମାମଲା ଖାରଜ କରିଦେଲେ ହାଇକୋର୍ଟ

ପାଟନା: ଛାଡପତ୍ର କୌଣସି ବ୍ୟକ୍ତିଗତ ବିଷୟ ନୁହେଁ କାରଣ ବିବାହ ଦ୍ୱାରା ସମାଜର ଭଲ ହୋଇଥାଏ | ଶୁକ୍ରବାର ପାଟନା ହାଇକୋର୍ଟ କିଛି ଏଭଳି କହି ଜଣେ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ବ୍ୟକ୍ତି ୧୯୮୦ ମସିହାରେ ବିବାହ କରିଥିଲେ। ତେବେ ପତ୍ନୀଙ୍କ ବିରୋଧରେ କ୍ରୁରତା ଏବଂ ଅନ୍ୟାନ୍ୟ ଅଭିଯୋଗ ଆଣି ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ। ପାଟନା ହାଇକୋର୍ଟ ଏହା ଉପରେ କଡା ମନ୍ତବ୍ୟ ଦେଇଛନ୍ତି। ଉଲ୍ଲେଖ ଥାଉ କି ଏହା ଥରେ ନୁହେଁ ଏହା ପୂର୍ବରୁ ଦୁଇଥର ଛାଡପତ୍ର ଆବେଦନକୁ ଖାରଜ କରାଯାଇଥିଲା ।

ଜଷ୍ଟିସ ପି.ବି ବଜନ୍ତରୀ ଏବଂ ଜଷ୍ଟିସ ଜିତେନ୍ଦ୍ର କୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ ବୈବାହିକ ଜୀବନରେ “ସାଧାରଣ ବିବାଦ” ବ୍ୟତୀତ ପତ୍ନୀ ତାଙ୍କ ସ୍ୱାମୀଙ୍କ ପ୍ରତି ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦେଇଥିବାର କୌଣସି ପ୍ରମାଣ ମିଳିନାହିଁ | ମହିଳା ଜଣକ ସରକାରୀ ଡାକ୍ତରଖାନାରେ ଜଣେ ନର୍ସ ଥିବାବେଳେ ଉଭୟ ପ୍ରାୟ ୨୫ ବର୍ଷ ଧରି ସେମାନଙ୍କ ସମ୍ମତିରେ ସହିତ ଅଲଗା ରହୁଛନ୍ତି | ପତ୍ନୀ ହିଂସା ଆଚରଣ କରୁଥିବାର ଅଭିଯୋଗ କରି ସ୍ୱାମୀ ୨୦୦୦ ମସିହାରେ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଥିଲେ | ସେହିପରି ପୁଣି ୨୦୧୨ ରେ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଥିଲେ, ଯାହାକୁ ବି ଖାରଜ କରିଦିଆଯାଇଥିଲା |

ଏହି ବ୍ୟକ୍ତି ଜଣକ ୧୯୮୦ ମସିହାରେ ବିବାହ କରିଥିଲେ। ବିବାହ ପରେ, ୧୯୮୫ ମସିହାରେ ଏକ ପୁତ୍ର ଜନ୍ମ ହୋଇଥିବାବେଳେ ୧୯୮୭ ମସିହାରେ ଏକ ଝିଅ ଜନ୍ମ ହୋଇଥିଲା | ବିବାହ ପରେ ୧୭ ବର୍ଷରୁ ଅଧିକ ସମୟ ସବୁକିଛି ଠିକ ଥିଲା | ଏହା ପରେ, ଧୀରେ ଧୀରେ ସମ୍ପର୍କ ଖରାପ ହେବାକୁ ଲାଗିଲା | ଏହା ପରେ ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର