ନିର୍ବାଚନ ଲଢ଼ିବେ ନାହିଁ ପ୍ରିୟଙ୍କା!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦୁଇଟି ହାଏପ୍ରୋଫାଇଲ ଆସନ ରାୟବରେଲି ଓ ଅ‌ମେଠିକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ବି‌‌ଶେଷ ସୂତ୍ରରୁ ଜଣାପଡ଼ିଛି କି ପ୍ରିୟଙ୍କା ଗାନ୍ଧି ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ସେ କେବଳ ନିର୍ବାଚନ ପ୍ରଚାର କରିବେ।

ଏହି କ୍ରମରେ ରାହୁଲ ଗାନ୍ଧି ଅମେଠିରୁ ନା ରାୟବରେଲିରୁ ନିର୍ବାଚନ ଲଢ଼ିବେ ତାହା ଆସନ୍ତାକାଲିସ୍ଥିର ହେବ। ଏହାପୂର୍ବରୁ କୁହାଯାଉଥିଲା କି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଅମେଠି ଓ ରାୟବରେଲି ଆସନର ପ୍ରାର୍ଥୀ ହୋଇ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ। କୁହାଯାଉଛି କି ଅମେଠି ଓ ରାୟବରେଲି ଆସନରେ କିଏ ପ୍ରାର୍ଥୀ ହେବେ ତାହାର ଘୋଷଣା ହେବା ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କରିବାର ଯୋଜନା ରହିଛି।

୨୦୧୯ ନିର୍ବାଚନରେ ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏହାପରେ ରାହୁଲ ଗାନ୍ଧୀ ପ୍ରାୟ ୪.୧୩ ଲକ୍ଷ ଭୋଟ୍ ପାଇଥିବା ବେଳେ ସ୍ମୃତି ଇରାନୀ ପାଖାପାଖି ୪ ଲକ୍ଷ ୬୮ ହଜାର ଭୋଟ୍ ପାଇଥିଲେ । ତେଣୁ ପାଖାପାଖି ୫୫ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ସ୍ମୃତି ଇରାନୀ ।

ସୋନିଆ ଗାନ୍ଧି ୨୦୧୯ରେ ଘୋଷଣା କରିଥିଲେ କି ଏହା ତାଙ୍କର ଶେଷ ଲୋକସଭା ନିର୍ବାଚନ ହେବ। ୧୯୯୯ରେ କଂଗ୍ରେସ ଅଧ୍ୟକ୍ଷ ହେବାପରେ ପ୍ରଥମଥର ସେ ଅମେଠିରୁ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ଏହାପ‌ରେ ୨୦୦୪ରେ ପ୍ରଥମଥର ସେ ରାଏବରେଲିରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସୋନିଆ ଗାନ୍ଧି ପାଖାପାଖି ୫ଥର ସାଂସଦ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର