ଇଦ୍ ଅବସରରେ ପାକିସ୍ତାନ ପାଇଁ ସହାୟତା ଘୋଷଣା କଲା ସାଉଦି ଆରବ

ନୂଆଦିଲ୍ଲୀ: ପବିତ୍ର ଇଦ୍ ଉଲ୍ ଫିତର ଅବସରରେ ସାଉଦି ଆରବ ପାକିସ୍ତାନ ପାଇଁ ଏକ ଖୁସି ଖବର ଆଣିଦେଇଛି । ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାରର ଆର୍ଥିକ ସହାୟତା ମିଳିବ । ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିପି)ରେ ସାଉଦି ଜମା ରାଶିକୁ ୨ ବିଲିୟନ ଡଲାର ବୃଦ୍ଧି କରାଯିବ ବୋଲି କୁହାଯାଇଛି। ଅର୍ଥାତ୍ ଏହି ପରିମାଣ ବର୍ତ୍ତମାନର ୩ ବିଲିୟନ ଡଲାରରୁ ୫ ବିଲିୟନ ଡଲାରକୁ ବୃଦ୍ଧି କରାଯାଇଥିବା ସ୍ପଷ୍ଟ କରାଯାଇଛି ।

ଏହି ଚୁକ୍ତି ପରେ ସାଉଦି ଆରବ ହୋଲ୍ଡିଂ କମ୍ପାନୀର ସିଇଓ ମହମ୍ମଦ ଅଲକାହତାନୀ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାଉଦି ଆରବ ଗସ୍ତ ଏବଂ ସେଠାରେ କ୍ରାଉନ ପ୍ରିନ୍ସଙ୍କ ସହ ସାକ୍ଷାତ ପରେ ଦୁଇ ଦେଶ ୫ ବିଲିୟନ ଡଲାରର ବଡ ଯୋଜନା କୁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।

ମହମ୍ମଦ ଅଲକାହତାନିଙ୍କ କହିବା ନୁଯାୟୀ, ଏହି ଚୁକ୍ତିରେ ନୂତନ ତୈଳ ବିଶୋଧନାଗାର ଏବଂ ତମ୍ବା ଖଣିରେ ପୁଞ୍ଜିନିବେଶ ମଧ୍ୟ ଅନ୍ତର୍ଭୁକ୍ତ । ସାଉଦି ଆରବ ପାକିସ୍ତାନରେ ୨୧ ବିଲିୟନ ଡଲାର ନିବେଶ କରିବା କଥା କହୁଥିବା ପୂର୍ବ ବଡ଼ ଚୁକ୍ତିର ଏକ ଅଂଶ ବିଶେଷ।

 

ସମ୍ବନ୍ଧିତ ଖବର