କୋଲ୍‌କାତା ଏୟାରପୋର୍ଟରୁ ଉଡ଼ାଣ ପାଇଁ ପ୍ରସ୍ତୁତି ହେଉଥିବା କ୍ୱତାର୍‌ ଏୟାର୍‌ଓଏଜ୍‌ ବିମାନ ସହ ଧକ୍କା ଖାଇଲା ପାଣି ଟ୍ୟାଙ୍କର୍‌

କୋଲକାତା: ଆଜି ଭୋର୍‌ ସମୟରେ ୧୦୦ ସରିକି ଯାତ୍ରୀ ଥିବା କ୍ୱତାର୍‌ ଏୟାର୍‌ଓଏଜ୍‌ର ଏକ ବିମାନ କୋଲ୍‌କାତା ବିମାନ ବନ୍ଦରରୁ ଉଡ଼ାଣ ନିମନ୍ତେ ପ୍ରସ୍ତୁତି ହେଉଥିବା ସମୟରେ ଗୋଟାଏ ପାଣି ଟ୍ୟାଙ୍କର ଆସି ତା’ ସହ ଧକ୍କା ଖାଇଛି।

ଉଡ଼ାଣର ମାତ୍ର କେଇ ମିନିଟ୍‌ ପୂର୍ବରୁ ପାଣି ଟ୍ୟାଙ୍କର୍‌ଟି ବିମାନ ସହ ଧକ୍କା ଖାଇଥିଲା ଏବଂ ସେଥିରେ ୧୦୩ ଜଣ ଯାତ୍ରୀ ଥିଲେ।

ଦୁର୍ଘଟନାରେ ବିମାନଟି ନଷ୍ଟ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ନିରାପଦରେ ସେଥିରୁ ସ୍ଥାନାନ୍ତର କରାଯାଇଛି।

ଦୋହା ଅଭିମୁଖେ ଯାଉଥିବା କ୍ୱତାର୍‌ ଏୟାର୍‌େଓ୍ଵଜ୍‌ର ବିମାନ କ୍ୟୁଆର୍‌ ୫୪୧ ବିମାନ ପାହାନ୍ତା ପ୍ରାୟ ୩ଟା ସମୟରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟର୍‌ନେସ୍‌ନାଲ୍‌ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିଥାଏ।

ଉକ୍ତ ବିମାନଟି ଆଜି ଯାତ୍ରା କରି ନାହିଁ। ବିମାନର ତଳ ପଟରେ ନଷ୍ଟ ହୋଇଥିବା ଅଂଶରେ ମରାମତି କରାଯାଉଛି।
ସମସ୍ତ ଯାତ୍ରୀଙ୍କୁ ସହରରେ ଥିବା ହୋଟେଲ୍‌ଗୁଡ଼ିକରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଦିନ ସେମାନଙ୍କୁ ଏକ ବିମାନରେ ଦୋହା ନିଆଯିବାକୁ ସ୍ଥିର କରାଯାଇଛି।

ଘଟନା ଉପରେ ତଦନ୍ତ କରାଯିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର