୨ ବାଇକ ମୁହାଁମୁହିଁ ଧକ୍କା: ଆଇନଜୀବୀ ମୃତ,୨ କଲେଜ ଛାତ୍ର ଗୁରୁତର

ଫୁଲବାଣୀ: ଫୁଲବାଣୀ-ଫିରିଙ୍ଗିଆ ରାସ୍ତା କାଳିଆସାହି ନିକଟରେ ଆଜି ଅପରାହ୍ନରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣେ ଆଇନଜୀବୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୨ ଜଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଫିରିଙ୍ଗିଆ କଲେଜର ୨ ଛାତ୍ର ଶୁକମଣି କହଁର ଓ ସଂଜୟ କହଁର କ୍ଲାସ ଶେଷ ହେବା ପରେ ଏକ ବାଇକରେ ସଦର ଥାନା ମଲିକପଡା ଗାଁକୁ ଆସୁଥିଲେ। ଫୁଲବାଣୀର ଆଇନଜୀବୀ ନିରୋଜ କୁମାର ସ୍ୱାଇଁ ନିଜ ବାଇକରେ ଫିରିଙ୍ଗିଆକୁ ଯାଉଥିଲେ। କାଳିଆସାହି ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଶ୍ରୀସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ୨ ଛାତ୍ର ଶୁକମଣି ଓ ସଂଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଫିରିଙ୍ଗିଆ ପୁଲିସ ଏ ସମ୍ପର୍କିତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମୃତ ଦେହକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧିତ ଖବର