ଜାଣନ୍ତୁ ଆଜିର ରାଶିଫଳ

ମେଷ: କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଆପଣ ନେତୃତ୍ବ ନେଇପାରନ୍ତି। ଚାକିରିଆଙ୍କ ଲାଗି ଦିନଟି ଭଲ। ପରିବାର ସହିତ ସୁଖଦ ମୁହୂର୍ତ୍ତ ବିତାଇବେ।

ବୃଷ: ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ବଡ଼ ଓକିଲଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭକାରୀ ସାବ୍ୟସ୍ତ ହେବ। ‌

ମିଥୁନ: ନିଜ ଭିତରେ ନୂଆ ଶକ୍ତି ଅନୁଭବ କରିବେ। ଭଲ ଜାଗାରେ ନିବେଶ କରି ପାରନ୍ତି। ଜରୁରୀ କାମ ଅନ୍ୟ ଭରସାରେ ଛାଡ଼ନ୍ତୁ ନାହିଁ। ଦାମ୍ପତ୍ୟ ସୁଖ ବଢ଼ିବ। ‌

କର୍କଟ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ବିଚାରରେ ଲାଗି ରହିବ। ନିଜ ଆଖପାଖର ଆଚରଣ ଉପରେ ଦୃଷ୍ଟି ରଖନ୍ତୁ। କଳାକାରଙ୍କ ଲାଗି ଦିନଟି ଭଲ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ଜରୁରୀ କାମ ପୂରା ହେବ। ଡାକ୍ତରଙ୍କର ପ୍ରସିଦ୍ଧି ବଜାୟ ରହିବ। ଛାତ୍ର ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ିବାରେ ମନ ଲାଗିବ। ‌

କନ୍ୟା: ଅତୀତର ନିବେଶରୁ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ।

ତୁଳା: ଆପଣଙ୍କ ଉପରେ ଲୋକମାନଙ୍କର ଭରସା ବଢ଼ିବ। ଯୋଗାଡ଼ଯନ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ।

ବିଛା: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ପ୍ରତିଯୋଗିତାମୂଳକ ପରୀକ୍ଷାର ଭଲ ଫଳ ମିଳିବ।

ଧନୁ: ଜୀବନରେ ଲାଗି ରହଥିବା ବାଧା ଦୂର ହେବ। ଧର୍ମକାର୍ଯ୍ୟରେ ମନ ଲଗାଇବେ। ଆୟର ନୂଆ ଉତ୍ସ ପାଇବେ। ମହିଳାମାନେ ରୋଷେଇ ସମୟରେ ସାବଧାନ ରହନ୍ତୁ।

ମକର: ବ୍ୟବସାୟୀଙ୍କୁ ଆର୍ଥିକ ଲାଭର ଯୋଗ ଅଛି। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ଆପୋସ ତାଳମେଳ ରହିବ।

କୁମ୍ଭ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସେଥିରେ ଯଥେଷ୍ଟ ସଫଳତା ପାଇବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମୀନ: ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଆପଣଙ୍କ ଲୋକପ୍ରିୟତା ବଢ଼ିବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ବୈବାହିକ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ସମ୍ବନ୍ଧିତ ଖବର