ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ‌ ଯଥେଷ୍ଟ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦ ମିଳିବ। କଲେଜରେ ନୂଆ ବନ୍ଧୁ ସୃଷ୍ଟି ହେବେ।

ବୃଷ: ଲୋକମାନେ ଆପଣଙ୍କ ବ୍ୟବହାରକୁ ପ୍ରଶଂସା କରିବେ। ସପରିବାର ବାହାରକୁ ବୁଲି ଯିବାର ଯୋଜନା କରିବେ। ଅଫିସରେ କୌଣସି କାମକୁ ନେଇ ମାନସ ମନ୍ଥନ କରିବେ।

ମିଥୁନ: ଦିନଟି ବହୁତ ଶୁଭ। ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବେ। ଚାକିରିଆଙ୍କୁ ଉନ୍ନତିର ଅବସର ମିଳିବ। ପ୍ରେମ ସଂପର୍କ ମଜଭୁତ ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ।

କର୍କଟ: ଦିନଟି ଆପଣଙ୍କ ଲାଗି ଲାଭଦାୟକ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ମାଆ ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ।

ସିଂହ: ଇସ୍ପାତ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ନୂଆ ଯାନ କିଣିବା ଲାଗି ନିଷ୍ପତ୍ତି ନେଇପାରନ୍ତି। ଚାକିରି ବଦଳାଇବା ପାଇଁ ବିଚାର କରିବେ। ଘରେ କୌଣସି ଉତ୍ସବ ହୋଇପାରେ।

କନ୍ୟା: ଦିନଟି ଆପଣଙ୍କ ଲାଗି ନୂଆ ସଂକେତ ନେଇ ଆସିଛି। ଭାଗ୍ୟର ପୂରା ସହଯୋଗ ପାଇବେ। ପରିବାରର ଦାୟିତ୍ବ ଭଲଭାବେ ବୁଝିବେ। ଲେଖକ ନୂଆ ପୁସ୍ତକ ଲେଖି ପାରନ୍ତି।

ତୁଳା: ବଳକା କାମ ପୂରା ହେବ। ନୂଆ ଲୋକ ଆପଣଙ୍କ ସହ‌ ମିଶିବେ। ସନ୍ତାନର ସଫଳତାରେ ଗର୍ବ ଅନୁଭବ କରିବେ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ।

ବିଛା: କ୍ୟାରିୟରକୁ ସୁନ୍ଦର କରିବା ଲାଗି ଯୋଜନା କରିବେ। ଭାଇ ଭଉଣୀଙ୍କ ସହ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

ଧନୁ: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାମ କରିବା ପାଇଁ ନୂଆ କୌଶଳ ଶିଖିବେ। ନକାରାତ୍ମକ ଚିନ୍ତାରୁ ଦୂରରେ ରୁହନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର: ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ପିଲାମାନଙ୍କ ସହ ବାହାରକୁ ବୁଲି ଯିବେ।

କୁମ୍ଭ: ରାଜନେତା ନୂଆ କାମ କରିବା ଲାଗି ଉତ୍ସୁକ ହେବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଅଫିସରେ କେବଳ ନିଜ କାମରେ ମନ ଦିଅନ୍ତୁ।

ମୀନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଅଫିସରେ ନୂଆ କାମ ମିଳିବା ଯୋଗୁଁ ଖୁସି ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ସମ୍ବନ୍ଧିତ ଖବର