ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ୩ ହାଉସିଂ ପ୍ରକଳ୍ପ

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଚଳିତବର୍ଷ ୩ଟି ହାଉସିଂ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବ। କଳିଙ୍ଗନଗର (କେ-୯ବି)ରେ ଦୟା ଏନ୍‌କ୍ଲେଭ, କଳିଙ୍ଗନଗର (କେ-୯ଏ)ର ଖାରବେଳ କମ୍ପ୍ଲେକ୍ସ ଏବଂ ସୁବୁଦ୍ଧପୁରର ଏକାମ୍ର ରେସିଡେନ୍ସିକୁ କାର୍ଯ୍ୟକ୍ଷମ କରାଯିବ। ଦୟା ଏନକ୍ଲେଭ ଚାରି ମହଲା (ଏସ୍+୪) ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୨ ବିଏଚ୍‌କେ ଫ୍ଲାଟ ରହିଛି। ଆଗାମୀ ୪୦ ଦିନ ମଧ୍ୟରେ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ।

ସେହିଭଳି ଏନ୍‌ଏଚ୍‌-୧୬ କଡ଼ରେ ଥିବା ଖାରବେଳ କମ୍ପ୍ଲେକ୍ସରେ ମୋଟ ୭୦ଟି ଆବାସିକ ୟୁନିଟ୍, ୩ ବିଏଚ୍‌କେ ଏବଂ ୪ ବିଏଚ୍‌କେ ରହିଛି। ବ୍ୟବସାୟିକ ପ୍ରତିଷ୍ଠାନ ଲାଗି ଏକ ବଡ଼ ସ୍ଥାନ ରହିଛି। ସୁବୁଦ୍ଧପୁରରେ ଥିବା ଏକାମ୍ର ରେସିଡେନ୍ସିରେ ୭୦୪ଟି ୨ବିଏଚ୍‌କେ ଏବଂ ୩ ବିଏଚ୍‌କେ ରହିଛି। ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ରେରା) ଅଧୀନରେ ପଞ୍ଜୀକୃତ ହୋଇଥିବା ଏହି ତିନୋଟି ପ୍ରକଳ୍ପ ମକଦ୍ଦମା ମୁକ୍ତ ଜମି ଉପରେ ନିର୍ମିତ ହୋଇଛି। କରୋନା ପାଇଁ ପ୍ରକଳ୍ପଗୁଡ଼ିକର କାମ ଅଧାପନ୍ତରିଆ ହୋଇପଡ଼ି ରହିଥିବା ବେଳେ ୨୦୨୩ ଶେଷ ସୁଦ୍ଧା ଏହି ତିନୋଟି ଗୃହ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ବିକ୍ରି କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର