‘ଦିଦି ନମସ୍କାର’ର ଚିତ୍ରନାଟ୍ୟ ପୁସ୍ତକ ଲୋକାର୍ପିତ

ବାଲିଅନ୍ତା: ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ରଜନୀ ରଞ୍ଜନଙ୍କ ରଚିତ ଚଳଚ୍ଚିତ୍ର ‘ଦିଦି ନମସ୍କାର’ର ଚିତ୍ରନାଟ୍ୟ ପୁସ୍ତକ ବାଳକାଟିସ୍ଥିତ ମା’ ଦୁର୍ଲ୍ଲଭା ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହେଇ ଯାଇଛି। ଓଡ଼ିଶା ମିରରର ସମ୍ପାଦକ ଦିଲ୍ଲୀପ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଚଳଚ୍ଚିତ୍ର ପ୍ରଯୋଜକ ଅତିଶ ରାଉତ ମୁଖ୍ୟ ଅତିଥି, ବିଶିଷ୍ଟ କଥାକାର ଅଜୟ ସ୍ୱାଇଁ ମୁଖ୍ୟବକ୍ତା ଏବଂ ନାଟ୍ୟକାର ବିଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ସାମ୍ବାଦିକ ମାଧବ ବେହୁରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାନ୍ତିସେନା ପ୍ରକାଶକ ରଜତରଶ୍ମି ସ୍ୱାଇଁ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବାଳକଟି ଓ ବାଲିପାଟଣା ପ୍ରେସକ୍ଲବ୍ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ନିରଞ୍ଜନ ସେନାପତି ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ମନ୍ଦିର ପରିସର ସଫେଇ କରାଯାଇଥିଲା

ସମ୍ବନ୍ଧିତ ଖବର