ସୃଷ୍ଟି ଏକାଡେମିରେ ଜାତୀୟସ୍ତରୀୟ କର୍ମଶାଳା

ଭୁବନେଶ୍ବର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ମଥୁରା ସ୍ଥିତ ସଂସ୍କୃତି ବିଶ୍ବବିଦ୍ୟାଳୟ ଏବଂ ନାକ୍‌ର ସହଭାଗିତାରେ ଦୁଇଦିନିଆ ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଫକୀରମୋହନ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ତଥା ନାକ୍‌ର ପୂର୍ବାଞ୍ଚଳ ଶାଖାର ଉପଦେଷ୍ଟା ସଚ୍ଚିଦାନନ୍ଦ ଦେଉରୀ ଉଦ୍‌ଘାଟନ କରିଥିଲେ।

ଏଥିରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପିଜି କାଉନସିଲ୍ ଅଧ୍ୟକ୍ଷ ରଞ୍ଜନ କୁମାର ବଳ, ମଥୁରାସ୍ଥିତ ସଂସ୍କୃତି ବିଶ୍ବବିଦ୍ୟାଳୟର ଡିନ୍‌ (ଏକାଡେମିକ୍ସ) ହରବୀର୍‌ ସିଂହ, ନାକ୍‌ର ବେଙ୍ଗାଲୁର ଶାଖାର ଉପଦେଷ୍ଟା ଅମୀୟ କୁମାର ରଥ, ନାକ୍‌ର ସହାୟକ ଉପଦେଷ୍ଟା ଅମୀୟ କୁମାର ରଥ, ଦାରୀ ଖାନ୍‌ କାମ୍‌ଲେ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାକ୍‌ ପର୍ଯ୍ୟବେଶିତ ମାନଦଣ୍ଡ, ଶିକ୍ଷାନୁଷ୍ଠାନଗୁଡ଼ିକୁ ନାକ୍ ଅନୁମୋଦନ ପାଇଁ ଆବଶ୍ୟକୀୟ ମାନଦଣ୍ଡ ଉପରେ ପରାମର୍ଶ ଦେଇଥିଲେ। ଏଥିରେ ୧୩୦ରୁ ଅଧିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଗବେଷଣା ବିଭାଗର ଅଧ୍ୟାପକମାନେ ଉଭୟ ଅଫଲାଇନ୍ ଓ ଅନଲାଇନ୍ ମୋଡରେ ଯୋଗଦେଇଥିଲେ। ସୃଷ୍ଟି ଏକାଡେମିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ଏମ୍‌ବିଏ ବିଭାଗ ମୁଖ୍ୟ ପ୍ରଜ୍ଞା ପାରମିତା‌ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ଜାକୀ ସମୀର ଖାନ୍ ଧନ୍ୟବାଦ ‌ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର