ଜାଗମରାରେ ନୂଆଁଖାଇ ଭେଟ୍‌

ଖଣ୍ଡଗିରି: ଜାଗମରା ମଲ୍ଲିକ କମ୍ପ୍ଲେକ୍ସରେ ଗଣେଶ ପୂଜା ଏବଂ ନୂଆଁଖାଇ ଭେଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ, ବିଏମ୍‌ସି ଷ୍ଟାଣ୍ଡିଂ କମିଟି ସଦସ୍ୟ ଲିଟୁ ମହାସୂପକାର, ପୂର୍ବତନ କର୍ପୋରେଟର୍‌ ସୁଜିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମଲ୍ଲିକ କମ୍ପ୍ଲେକ୍ସ ୱେଲଫେୟାର୍‌ ଆସୋସିଏସନ୍‌ ପକ୍ଷରୁ ପ୍ରତ୍ୟେକ ପରିବାରକୁ ୨ଟି ଲେଖାଏଁ ଡଷ୍ଟବିନ୍‌ ଦିଆଯାଇଥିଲା। ସମ୍ପାଦକ ଦୀପକ ଜେନା ଏବଂ ନୂଆଁଖାଇ ଜୁହାରକୁ ସମ୍ମାନ ଜଣାଇ ୫୦ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅମୀୟ ମହାନ୍ତି, ଦୀପକ ଜେନା, ଶରତ ସାହୁ, ନିରାକାର କବି, ଦିଲ୍ଲୀପ ଜେନା, ଜୟନ୍ତ ନାଏକ, ବନ୍ଦାବନ ଘଡ଼େଇ, ସ୍ମୃତି ରଂଜନ ଦାସ, ରମେଶ ପାଢ଼ୀ, ନିରୁପମା ମହାନ୍ତି, ବିଳାସିନୀ ଆଚାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର