ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗରେ ଫାଟ

ପୁରୁଣା ଭୁବନେଶ୍ୱର : ଦୁର୍ବଳ ହେଉଛି ଶ୍ରୀଲିଙ୍ଗରାଜ ମନ୍ଦିର। ମନ୍ଦିରରେ ରାହାପାଗରେ ଫାଟ ସୃଷ୍ଟି ହେବାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ମନ୍ଦିର ଉତ୍ତର ପାର୍ଶ୍ୱରେ ରାହାପାଗରେ ୭ଟି ସ୍ଥାନରେ ଏହି ଫାଟ ଦେଖା ଦେଇଛି। ମନ୍ଦିର ରାହାପାଗ ସିଂହ ଉପରକୁ ଏହି ଫାଟ ଥିବା ଦେଖାଯାଉଛି। ସେଠାରେ…
ଅଧିକ ଖବର ଦେଖନ୍ତୁ...

ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ଅଚଳ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବାର ଦୁଇ ସପ୍ତାହ ନ ବିତୁଣୁ ଅଚଳ ହୋଇପଡ଼ିଛି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌। ଦୁଇ ଦିନ ହେଲା ଯନ୍ତ୍ରପାତି ଅଚଳ ହୋଇଥିବାରୁ ହଜାର ହଜାର ଦର୍ଶକ ସୋ’ ଦେଖିବାରୁ ବଞ୍ଚିତ ହେବା ସହ ନିରାଶ ହୋଇ ଫେରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ସ୍ୱଦେଶୀ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ସ୍ୱଦେଶୀ ଦ୍ରବ୍ୟର ଲୋକଙ୍କ ମଧ୍ୟରେ ଚାହିଦା ବଢ଼ାଇବା ନେଇ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ୱଦେଶୀ ମେଳା ଆଜି ସ୍ଥାନୀୟ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ଏଥିରେ ଓଡ଼ଶା ସମେତ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଆକାଶବାଣୀ ସଂଗୀତ ସମ୍ମେଳନ : ସଂଗୀତ ସାଧକଙ୍କ ପାଇଁ ଏଣିକି ଅନ୍‌ଲାଇନ୍‌ ଅଡିସନ୍‌

ଭୁବନେଶ୍ୱର : ସ୍ୱର ଓ ସଂଗୀତର ମଧୁମୟ ମୂର୍ଚ୍ଛନାକୁ ନେଇ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା ‘ଆକାଶବାଣୀ ସଂଗୀତ ସମ୍ମେଳନ’। ଆକାଣବାଣୀ କଟକ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ସନ୍ଧ୍ୟାରେ ସୀତାର ବାଦନ ସାଙ୍ଗକୁ ଶାସ୍ତ୍ରୀୟ ସଂଗୀତ ରସଗ୍ରାହୀ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ପଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ଟ୍ରେଲର୍‌ ତଳେ ପେଶି ହୋଇଗଲା ୧୦ ବର୍ଷର ବାବୁନା

ଖଣ୍ଡଗିରି/ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ଟ୍ରେଲର୍‌-ବାଇକ୍‌ ଧକ୍କା ଯୋଗୁଁ ଜଣେ ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ଗଙ୍ଗପଡ଼ା ଗାଁର ଜାନକୀ ଦାସଙ୍କ ପୁଅ ବାବୁନା(୧୦)। ଦୁର୍ଘଟଣାରେ ବାବୁନାଙ୍କ ପିଉସୀ ଝିଅ…
ଅଧିକ ଖବର ଦେଖନ୍ତୁ...

‘ଆମ ଚଉଦୁଆର’ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ଭୁବନେଶ୍ୱର : ଚୌଦ୍ୱାର ଅଞ୍ଚଳର ଅଗ୍ରଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଓ୍ଵଲ୍‌ଫେୟାର୍‌ ସୋସାଇଟି’ ପକ୍ଷରୁ ପ୍ରକାଶିତ ‘ଆମ ଚଉଦୁଆର’ ପତ୍ରିକାର ବାର୍ଷିକ ବିଶେଷାଙ୍କ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ‘ସୁଧର୍ମା’ ବାସଭବନରେ ଆୟୋଜିତ ଏହି…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଅନ୍ଧାରର ରାଜୁତି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏବେ ଅନ୍ଧାରର ରାଜୁତି। ଗତମାସରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟି ବୈଠକରେ ହସ୍ପିଟାଲ କ୍ୟାମ୍ପସର ଅନେକ ସ୍ଥାନରେ ଲାଇଟ୍‌ ଜଳୁ ନ ଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ଏବଂ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ୧୫ଦିନ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ବନ୍ୟଜନ୍ତୁ ଶିକାରକୁ ପ୍ରୋତ୍ସାହନ

ଭୁବନେଶ୍ୱର : ଏଠି ବନ୍ୟଜନ୍ତୁ ଶିକାର ଏକ ଅପରାଧ। ମାତ୍ର ବନ୍ୟଜନ୍ତୁ ଶିକାର ପାଇଁ ପ୍ରୋତ୍ସାହନ ଦେଉଥିବା ସଂସ୍ଥା ଅପରାଧୀ ନୁହଁନ୍ତି। ଗୋଧିର ଯୌନାଙ୍ଗକୁ ଅନ୍‌ଲାଇନ୍‌ରେ ବିକ୍ରି କରିବା ବେଆଇନ। ହେଲେ ଗୋଧିକୁ ଶିକାର କରିବାର ପ୍ରକ୍ରିୟା ଶିଖାଉଥିବା ୟୁ-ଟ୍ୟୁବ୍‌ ସଂସ୍ଥା ଅପରାଧର…
ଅଧିକ ଖବର ଦେଖନ୍ତୁ...

ସମାଜ ଗଠନରେ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଚନ୍ଦ୍ରଶେଖରପୁର : କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏହିଅବସରରେ ଉପସ୍ଥିତ ଅତିଥିମାନେ ସମାଜ ଗଠନରେ ବିଜ୍ଞାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : କ୍ଷମତାର ଲାଳସା, ସିଂହାସନର ଆକର୍ଷଣ ମଣିଷକୁ ଅନ୍ଧ କରିଦିଏ। ଏପରିକି ଏହା ଭାଇ ଭାଇ ମଧ୍ୟରେ କଳହର ସୂତ୍ରପାତ କରେ। ଏଭଳି ଏକ କଳହର ନଗ୍ନ ରୂପ ମହାଭାରତରେ ମଧ୍ୟ ଲିପିବଦ୍ଧ। ମହାଭାରତ ଯୁଦ୍ଧର ଏଭଳି ଏକ କଥାବସ୍ତୁକୁ ନେଇ ଆଜି ମଞ୍ଚସ୍ଥ ହୋଇଥିଲା ଗୀତିନାଟ୍ୟ ‘କର୍ଣ୍ଣ ବଧ’।…
ଅଧିକ ଖବର ଦେଖନ୍ତୁ...