ରାମଚନ୍ଦ୍ରଙ୍କ ପରି ମହାଦେବଙ୍କର ବି ଜଣେ ଭଉଣୀ ଥିଲେ! ଜାଣନ୍ତୁ କାହିଁକି ଶିବଙ୍କ ଭଉଣୀକୁ କୈଳାସରୁ ତଡ଼ି ଦେଲେ ପାର୍ବତୀ

ବିବାହ ପରେ ସ୍ୱାମୀଙ୍କ ସହ କୈଳାସରେ ରହୁଥାନ୍ତି ମାଆ ପାର୍ବତୀ। ତାଙ୍କର କୈଳାସରେ ଜମା ବି ମନ ଲାଗୁନଥାଏ। ପରିବାର ଛାଡ଼ି ଆସିଥିବାରୁ ସେ ସବୁ ବେଳେ ନିଜ ଘର ଲୋକଙ୍କୁ ଝୁରି ହେଉଥାନ୍ତି। ଏଣେ ପାର୍ବତୀଙ୍କର କିଛି ଯେପରି ଅସୁବିଧା ନ ହେଉ ସେଥିପାଇଁ ମହାଦେବ ନିଜର ପ୍ରିୟ ବୃଷଭ ନନ୍ଦୀକୁ ପାର୍ବତୀଙ୍କ କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ହେଲେ ବି ଅଶାନ୍ତିରେ ରହୁଥିଲେ ପାର୍ବତୀ।

ଦିନେ ମହାଦେବ ପାର୍ବତୀଙ୍କୁ ତାଙ୍କ ଦୁଃଖର କାରଣ ପଚାରିଲେ। ପାର୍ବତୀ କହିଳେ କି କୈଳାସରେ ସମସ୍ତେ ପୁରୁଷ ରହୁଥିବାରୁ ସେ ଆଦୌ ସହଜ ମନେ କରୁନାହାନ୍ତି। ଜଣେ ନାରୀ ସାଥୀଟିଏ ହେଲେ ସେ ତାଙ୍କ ସହ ଗପ କରି ସମୟ କାଟି ଦିଅନ୍ତେ। ପାର୍ବତୀଙ୍କ ମୁହଁରୁ ଏକଥା ଶୁଣି ଶିବ କହିଲେ ଯେ ସେ ତାଙ୍କର ଏକ ଭଉଣୀ ସୃଷ୍ଟି କରି ପାର୍ବତୀଙ୍କୁ ଉପହାର ଦେବେ। ଏକଥା ଶୁଣି ପାର୍ବତୀ ଅନେକ ଖୁସି ହୋଇଗଲେ। ନିଜର ନଣଦ ପାଇବେ ବୋଲି ଅସ୍ଥିର ହୋଇ ଉଠିଲେ।

ଶିବ ଜାଣନଥାନ୍ତି ନାରୀମାନଙ୍କୁ କିପରି କରିବା ଉଚିତ। ତଥାପି ସେ ଚେଷ୍ଟା କରି ଅଶବରି ନାମ୍ନୀ ତାଙ୍କର ଏକ ଭଉଣୀ ସୃଷ୍ଟି କଲେ। ଅଶବରିର ମୋଟା ଚେହେରା, ଲମ୍ବା ଲମ୍ବା କେଶ, ଫଟା ପାଦ ଏବଂ ବାଘ ଛାଲ ପୋଷାକ ଦେଖି ପ୍ରଥମେ ପାର୍ବତୀ ଟିକେ ଭୟଭୀତ ହୋଇଗଲେ। ପରେ ସେ ଅଶବରିଙ୍କୁ ଗାଧୋଇ ଦେଇ ନିଜର ପୋଷାକରେ ସଜେଇ ଦେଲେ। ସେ ଖୁବ୍‌ ଖୁସିରେ ଅଶବରିଙ୍କୁ ଚର୍ଚ୍ଚା କରିବାକୁ ଲାଗିଲେ। ଅଶାବରି ପାର୍ବତୀଙ୍କୁ ଖାଇବାକୁ ମାଗିଲେ। ପାର୍ବତୀ ରଖିଥିବା ସମସ୍ତ ଖାଦ୍ୟ ଦେବା ପରେ ବି ଅଶାବରିଙ୍କ ପେଟ ପୂରିଲା ନାହିଁ। ସେ କୈଳାସରୁ ସବୁ ଖାଦ୍ୟ ଖାଇ ପକାଇଲେ। ପାର୍ବତୀ ଉପାୟ ଶୂନ୍ୟ ହୋଇ ଶିବଙ୍କ ନିକଟକୁ ଯାଉଥିଲେ। ସେତିକିବେଳେ ଅଶବରି ନଜର ମନ୍ଦ ବୁଦ୍ଧି ବାହର କରି ପାର୍ବତୀଙ୍କୁ ତଳେ ପାକାଇ ନିଜ ପାଦ ଫାଟରେ ଲୁଚାଇ ଦେଲେ। ଏକଥା ଶିବ ଜାଣିପାରି ଅଶବରି ପାଖକୁ ଆସି ପାର୍ବତୀଙ୍କୁ ବାହାରକୁ କାଢ଼ିବାକୁ କହିଲେ। ଅଶବରି ପାଦରୁ ପାର୍ବତୀ ବାହାରିବା ପରେ କ୍ରୋଦ୍ଧରେ ଅଶବରିଙ୍କୁ କୈଳାସରୁ ତଡ଼ି ଦେବାକୁ କହିଲେ। ଶିବ ଯେତେ ବୁଝାଇଲେ ବି ପାର୍ବତୀ ବୁଝିଲେ ନାହିଁ।

ଶିବ ଚିନ୍ତା କଲେ ଯେ ଅଶବରିକୁ ଆଉ ଥରେ ନୂଆ କରି ସୃଷ୍ଟି କରିବେ। ତାଙ୍କୁ ଜଣେ ରୂପବତୀ ଓ ଗୁଣବତୀ କରି ସଂସାରକୁ ଆଣିବେ। ଏକଥା ଶୁଣିବା ପରେ ପାର୍ବତୀ ଉତ୍ସାହିତ ହୋଇପଡ଼ିଲେ। ଭଲ ଗୁଣ କଲେ ଅଶବରିଙ୍କ ସହ ରହିବାରେ ତାଙ୍କୁ କୌଣସି ଆପତ୍ତି ନାହିଁ ବୋଲି କହିଲେ। ମାତ୍ର ତାଙ୍କ କଥାକୁ ଶିବ ସ୍ୱୀକାର କଲେ ନାହିଁ। କହିଲେ ଯେ ‘ଅଶବରି ଆଉ କୈଳାସରେ ରହିବ ନାହିଁ। ତୁମେ ଯଦି ତାହାର ଖରାପକୁ ଗ୍ରହଣ କରିପାରି ନାହଁ ତେବେ ତା’ର ଭଲ ଉପରେ ତୁମର କୌଣସି ଅଧିକାର ନାହିଁ।’

ସମ୍ବନ୍ଧିତ ଖବର