ୟୁପିର କାନପୁର ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ବିଶ୍ୱର ୧୫ଟି ପ୍ରଦୂଷିତ ସହର ତାଲିକା ମଧ୍ୟରେ ଭାରତର ରହିଛି ୧୪ଟି ସହର

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଦୁନିଆର ସବୁଠାରୁ ସର୍ବାଧିକ ପ୍ରଦୂଷିତ ସହରର ତାଲିକା ଜାରି କରିଛି। ଏଥିରେ ୧୫ଟି ସହରର ନାମ ରହିଛି। ଏହି ତାଲିକାରେ ଭାରତର ୧୪ଟି ସହର ରହିଛି । ଯେଉଁଥିରେ ଉତ୍ତରପ୍ରଦେଶର ଶିଳ୍ପ ସହର କାନପୁର ଶୀର୍ଷରେ ଥିବା ବେଳେ ଦିଲ୍ଲୀ ଷଷ୍ଠସ୍ଥାନରେ ରହିଛି। ପ୍ରଦୂଷିତ ସହରର ଏହି ତାଲିକା ୨୦୧୬ର ବୋଲି କୁହାଯାଉଛି। ପୁରୁଣା ତାଲିକ ଅନୁଯାୟୀ, ଦିଲ୍ଲୀରେ ୨୦୧୦ ଓ ୨୦୧୪ ମଧ୍ୟରେ ଯେମିତି ପ୍ରଦୂଷଣସ୍ତର ଥିଲା ସେଥିରେ ସୁଧାର ଆସିଥିଲା। କିନ୍ତୁ ୨୦୧୫ ପରେ ଏହା ପୁଣି ବିଗିଡ଼ିବାରେ ଲାଗିଛି।

ଏହା ଏକ ଚିନ୍ତାଜନକ ବିଷୟ, କାରଣ ଏଥିରେ ଅଧିକାଂଶ ଉତ୍ତର ଭାରତର ସହର ସାମିଲ ରହିଛି। ଯେମିତିକି ପାଟନା, ଲକ୍ଷ୍ମୌ ସହିତ ଉତ୍ତରପ୍ରଦେଶ ଓ ବିହାର ରହିଛି। ଦିଲ୍ଲୀ ବ୍ୟତୀତ ଏନ୍‌ସିଆର ଅଞ୍ଚଳରେ ଆସୁଥିବା ଫରିଦାବାଦରେ ବି ପ୍ରଦୂଷଣସ୍ତର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଡବ୍ଲ୍ୟୁଏଚଓର ତାଜା ରିପୋର୍ଟ ମୁତାବକ, ଦିଲ୍ଲୀରେ ପିଏମ ୨.୫ ଆନୁଆଲ ଆଭରେଜର ୧୪୩ ମାଇକ୍ରୋଗ୍ରାମ ପ୍ରତି କ୍ୟୁଏକ ମିଟର ରହିଛି। ଯାହା ନ୍ୟାସନାଲ ସେଫ ଷ୍ଟାଣ୍ଡାର୍ଡଠାରୁ ତିନିଗୁଣା ଅଧିକ ରହିଛି।

୧୫ଟି ପ୍ରଦୂଷିତ ସହରର ତାଲିକା
୧. କାନପୁର
୨. ଫରିଦାବାଦ
୩. ବାରାଣାସୀ
୪. ଗୟା
୫. ପଟନା
୬. ଦିଲ୍ଲୀ
୭. ଲକ୍ଷ୍ମୌ
୮. ଆଗ୍ରା
୯. ମୁଜାଫରପୁର
୧୦. ଶ୍ରୀନଗର
୧୧. ଗୁରୁଗ୍ରାମ
୧୨. ଜୟପୁର
୧୩. ପାଟିୟାଲା
୧୪. ଯୋଦ୍ଧପୁର
୧୫. କୁଓ୍ଵତ

ସମ୍ବନ୍ଧିତ ଖବର