ଯବାନଙ୍କୁ ରାସ୍ତାରେ ଛିଡ଼ା ହୋଇଥିବା ଦେଖି ତ୍ରିରଙ୍ଗା ନେଇ ଦୌଡ଼ୁଥିବା ଶିଶୁର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଖୁସି ଲାଗିଥାଏ। ନିକଟରେ ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ନେଇ ଏକ ଭିଡିଓ ପୋଷ୍ଟ ହୋଇଛି।

ଭାରତୀୟ ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ଓ ନାଗରିକଙ୍କ ସେବା କରିଥାଆନ୍ତି। ବିଭିନ୍ନ ଅସୁବିଧା ସମୟରେ ଯବାନମାନେ ଦେବଦୂତ ସାଜି ପହଞ୍ଚି ଯାଇଥିବାରୁ ଅନେକଲୋକଙ୍କ ଜୀବନ ବଞ୍ଚିଯାଇଥିବା ଖବର ମିଳିଛି।

 

ଆଉଦୁଇଦିନ ପରେ ଗଣତନ୍ତ୍ର ଦିବସ । ଏଭଳି ପରିସ୍ଥିତିରେ ସେନାର ଯବାନମାନେ ଦେଶର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ମହନ୍ତ ଯୋଗୀଜି ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହା ସହିତ ସେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଏହି କ୍ୟାପସନରେ ଲେଖା ହୋଇଛି – ମୋର ଗର୍ବ ଓ ଗୌରବର ତ୍ରିରଙ୍ଗା।

ଭିଡିଓରେ ଦେଖିବାକୁ ମିଳୁଛି, ଛୋଟ ଶିଶୁ ଯବାନଙ୍କୁ ରାସ୍ତାରେ ଛିଡ଼ା ହୋଇଥିବା ଦେଖି ଦୌଡ଼ି ଯାଇଥିଲା। ଆଉ ଯବାନଙ୍କୁ ହାତରେ ଧରିଥିବା ଜାତୀୟ ପତାକା ବଢ଼ାଇଥିଲା। କୁନି ଶିଶୁର ଏଭଳି ସମ୍ମାନ ଦେଖି ଯବାନ ଖୁସି ହୋଇଯାଇଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ କୁନ ଶିଶୁର ଯବାନଙ୍କ ପ୍ରତି ଏଭଳି ସମ୍ମାନ ଥିବା ଦେଖି ଭୁରିଭୁରି ପ୍ରଶଂସା କରିଛନ୍ତି।

 

ସମ୍ବନ୍ଧିତ ଖବର