ଭାରତୀୟ ହ୍ୟାଣ୍ଡ୍‌ବଲ୍‌ ସଂଘ: ତେଜରାଜ ନୂଆ ସମ୍ପାଦକ

ନୂଆଦିଲ୍ଲୀ : ଅନେକ ବାଦ ବିବାଦ ପରେ ଭାରତୀୟ ହ୍ୟାଣ୍ଡ୍‌ବଲ୍ ସଂଘ (ଏଚ୍‌ଏଫଆଇ)ର ନୂଆ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି ରାଜସ୍ଥାନର ତେଜରାଜ ସିଂହ। ସେହିଭଳି ଉତ୍ତରାଖଣ୍ଡର ଡିକେ ସିଂହ, ଡାମନ ଡିୟୁର ହିମନିୟ ସିଂହ ଉପସଭାପତି, ହରିୟାଣାର ଡକ୍ଟର ଯୁଗମିନ୍ଦର ସିଂହ ବରିଷ୍ଠ ଯୁଗ୍ମ ସମ୍ପାଦକ, ଛତିଶଗଡ଼ର ସୀମର ଖାନ୍‌, ଡାମନ ଡିୟୁର ସ୍ବାତୀ ଶୁକ୍ଳା ଯୁଗ୍ମସମ୍ପାଦକ, ଉତ୍ତରପ୍ରଦେଶର ଡକ୍ଟର ଆନନ୍ଦେଶ୍ବର ପାଣ୍ଡେ କାର୍ଯ୍ୟନିର୍ବାହୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସଭାପତି ପଦରେ ଏ ଜଗ‌ମୋହନ ରାଓ ଅପରିବର୍ତିତ ରହିଛନ୍ତି।

ଲକ୍ଷ୍ନୌରେ ଗତ ଅକ୍ଟୋବର ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଅଦାଲତରେ ମାମଲା ଥିବାରୁ ଏହା ‌ଘୋଷଣା କରାଯାଇନଥିଲା। ନଭେମ୍ବର ୧୧ ତାରିଖରେ ହରିୟାଣା ଷ୍ଟେଟ୍ ରେଜିଷ୍ଟ୍ରାର୍‌ ରାୟ ଶୁଣାଇବା ପରେ ନିର୍ବାଚିତ ପ୍ରତିନିଧିଙ୍କ ନାମ ଘୋଷଣା କରାଯାଇଛି। ଏଥିସହ ଗତ ସେପ୍ଟେମ୍ବରରେ ଓଡ଼ିଶାରେ ହ୍ୟାଣ୍ଡ୍‌ବଲ୍‌ର ପରିଚାଳନା ପାଇଁ ଏଚ୍‌ଏଫଆଇ ସଭାପତି ଏ ଜଗମୋହନ ରାଓଙ୍କ ଦ୍ବାରା ଋତ୍ବିକ ଚୌଧୁରୀଙ୍କ ଆବାହକରେ ଗଠିତ ଅଡହକ୍‌ କମିଟି ବୈଧ ବିବେଚିତ ହୋଇଛି।

ସମ୍ବନ୍ଧିତ ଖବର