ଆଇପିଏଲ ଟ୍ରଫି ଜିତିବା ବିଶ୍ୱକପ ଜିତିବାଠାରୁ ବି କଷ୍ଟକର: ଗାଙ୍ଗୁଲି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ଭାରତର ଅଭିଯାନ ଆରମ୍ଭ ହେବ। ଅକ୍ଟୋବର ୫ ତାରିଖରୁ ବିଶ୍ବକପ୍‌ ଆରମ୍ଭ ହେବାକୁ ଥିବା‌ ବେଳେ ୮ ତାରିଖରେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଖେଳାଯିବ। ଅହମଦାବାଦ୍‌ରେ ଭାରତ ଓ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ମୁହାଁମୁହିଁ ହେବେ। ଅନ୍ୟପଟେ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍‌ରେ ରବିବାର ଅଷ୍ଟ୍ରେଲିଆଠାରୁ ଭାରତ ୨୦୯ ରନ୍‌ରେ ପରାସ୍ତ ହୋଇଥିଲା । ତେବେ ଭାରତର ପରାଜୟ ପାଇଁ ଅନେକ କ୍ରିକେଟ୍ ବିଶେଷଜ୍ଞ ଏବଂ ପ୍ରଶଂସକ ଆଇପିଏଲକୁ ଦାୟୀ କରୁଛନ୍ତି। ସେପଟେ ବିସିସିଆଇର ପୂର୍ବତନ ମୁଖ୍ୟ ତଥା ଅଧିନାୟକ ସୌରଭ ଗାଙ୍ଗୁଲି ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ସହ ସାକ୍ଷାତ୍କାରରେ କହିଛନ୍ତି ଯେ ବିଶ୍ୱକପ ଜିତିବା ଅପେକ୍ଷା ଆଇପିଏଲ୍ ଟ୍ରଫି ଜିତିବା କଷ୍ଟକର। ଆଇପିଏଲରେ ଗୋଟିଏ ଦଳକୁ ୧୪ ଟି ମ୍ୟାଚ୍ ଖେଳିବାକୁ ପଡିବ ଏବଂ ପରେ ପ୍ଲେ ଅଫ୍ ଓ ପରେ ଫାଇନାଲ୍। ବିଶ୍ୱକପରେ ୪-୫ଟି ମ୍ୟାଚ ମ୍ୟାଚ୍ ପରେ ଫାଇନାଲ୍ ହୁଏ | ” ଅର୍ଥାତ ଗାଙ୍ଗୁଲି କହିଛନ୍ତି ଯେ ଆଇପିଏଲ ଟ୍ରଫି ଜିତିବା ବିଶ୍ୱକପ ଜିତିବାଠାରୁ ମଧ୍ୟ କଷ୍ଟକର | ଉଲ୍ଲେଖ ଥାଉ କି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଓ ପ୍ରସ୍ତୁତିକୁ ନେଇ କ୍ରିକେଟ ବିଶେଷଜ୍ଞ ଆଇପିଏଲକୁ ଦାୟୀ କରିଥିଲେ |

ସମ୍ବନ୍ଧିତ ଖବର