ଋଷବଙ୍କୁ ସମୟ ଦିଅ ସେ ଭଲ ଖେଳିବେ: ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଯୁବ ଵିକେଟରକ୍ଷକ ଋଷବ ପନ୍ତଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନାହିଁ। ହେଲେ ନିଜର ଫର୍ମ ପାଇଁ ସଂଘର୍ଷ ଜାରି ରଖିଥିବା ପନ୍ତଙ୍କୁ ଜଣେ ଦକ୍ଷ କ୍ରିକେଟର ବୋଲି କହିଛନ୍ତି ବିସିସିଆଇ ନୂତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସମୟ ଦେଲେ ସେ ବିକଶିତ ହେବା ସହିତ ଭଲ ପ୍ରଦର୍ଶନ କରିବେ ବୋଲି ଗାଙ୍ଗୁଲି କହିଛନ୍ତି। ଚଳିତ ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଋଷଭ ଵିକେଟ୍‌ ପଛରେ ଓ ବ୍ୟାଟିଂରେ ସଂଘର୍ଷ କରୁଥିବା ବେଳେ ଗାଙ୍ଗୁଲି ତାଙ୍କୁ ସମର୍ଥନ କରିଛନ୍ତି। ପ୍ରଥମ ଦିନିକିଆରେ ଭାରତ ବାଂଲାଦେଶଠାରୁ ହାରିଯାଇଥିବା ବେଳେ ସେହି ମ୍ୟାଚ୍‌ରେ ଋଷବ ରିଭ୍ୟୁ ନେବାରେ ଭୁଲ୍ ନିଷ୍ପତ୍ତି ନେବାସହିତ ୨୬ ବଲ୍‌ରୁ ୨୭ ରନ୍‌ କରିଥିଲେ। ଦ୍ବିତୀୟ ଟ୍ବେଣ୍ଟି-୨୦ରେ ତରବରିଆ ଭାବେ ‌ଷ୍ଟମ୍ପ୍‌ ଆଗରୁ ବଲ୍‌ ଧରି ଲିଟନ ଦାସଙ୍କ ନିଶ୍ଚିତ ଆଉଟ୍‌କୁ ହାତଛଡ଼ା କରିଥିଲେ। ଖରାପ ଫର୍ମ ଦେଇ ଗତି କରୁଥିବା ପନ୍ତ, ଅନେକ ସମାଲୋଚନାର ଶିକାର ହେଉଥିବା ବେଳେ ଗାଙ୍ଗୁଲିଙ୍କ ସମର୍ଥନ ତାଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର