ଓଡ଼ିଶା ଏଫ୍‌ସି-ଷ୍ଟାଫୋର୍ଡସାୟାର ବିଶ୍ବବିଦ୍ୟାଳୟ ସହବନ୍ଧନ

ଭୁବନେଶ୍ବର, : ରାଜ୍ୟର ଏକମାତ୍ର ପେସାଦାର ଫୁଟ୍‌ବଲ୍ କ୍ଲବ୍ ଓଡ଼ିଶା ଏଫ୍‌ସି ଏବଂ ଇଂଲଣ୍ଡର ପ୍ରସିଦ୍ଧ ଷ୍ଟାଫୋର୍ଡସ‌ାୟାର ବିଶ୍ବବିଦ୍ୟାଳୟ ଶିକ୍ଷା ଓ ଗୋଷ୍ଠୀ ବିକାଶ ପାଇଁ ହାତ ମିଳାଇଛନ୍ତି। ଉଭୟ ମିଳିତ ଭାବେ ଓଡ଼ିଶାର ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ବର୍ଷସାରା ଭର୍ଚୁଆଲ ମାଧ୍ୟମରେ ଶିକ୍ଷା ପାଠ୍ୟକ୍ରମ ପ୍ରଦାନ କରିବାକୁ ସହବନ୍ଧନ କରିଛନ୍ତି। ଏହି ସହବନ୍ଧନରୁ ଓଡ଼ିଶା ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି କ୍ଲବ୍‌ର ସଭାପତି ରାଜ ଅଥୱାଲ ଦୃଢ଼ ଆଶା ‌ପୋଷଣ କରିଛନ୍ତି। ସେହିଭଳି ଏହି ସହବନ୍ଧନ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ସକାରା‌ତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହି ନୂଆ ଭାଗୀଦାରିକୁ ସ୍ବାଗତ କରି ଷ୍ଟାଫୋର୍ଡସ‌ାୟାର ବିଶ୍ବବିଦ୍ୟାଳୟର କୁଳପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଫେସର ମାର୍ଟିନ ଜୋନ୍ସ କହିଛନ୍ତି ଯେ ଭାରତ ଆମ ପାଇଁ ସବୁବେଳେ ମହତ୍ବପୂର୍ଣ୍ଣ ବଜାର ହୋଇ ରହି ଆସିଛି। ଭାରତରୁ ବହୁ ଜ୍ଞାନି ଓ ଗୁଣି ଛାତ୍ର ଆମ ବିଶ୍ବବିଦ୍ୟାଳୟରେ ପଢ଼ୁଛନ୍ତି। ଓଡ଼ିଶା ଏଫ୍‌ସି ସହ ସହବନ୍ଧନ ପରେ ଆମେ ଭାରତୀୟ ଶିକ୍ଷା କ୍ଷେତ୍ରରେ ଆହୁରି ନିକଟରୁ କାର୍ଯ୍ୟ କରିପାରିବୁ। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଓଡ଼ିଶା ଏଫ୍‌ସି ଗ୍ଲୋବାଲ ଫୁଟ୍‌ବଲ୍ ଆଲାଏନ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିସାରିଛି। ତା’ ଛଡ଼ା କ୍ଲବ୍ ମଧ୍ୟ ‌କମ୍ୟୁନିଟି ଓ କିଟ୍ ପାର୍ଟନରସିପ୍ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି।

ସମ୍ବନ୍ଧିତ ଖବର