ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ: କନି‌ଷିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ଗୋପାଳପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର କନି‌ଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି। ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ ଜନସଭାରେ ଅଭିଭାଷଣ ରଖି କହିଛନ୍ତି ।

ସମବେତ ଜନତାଙ୍କୁ ପ୍ରଶ୍ନ କରି ନବୀନ ପଚାରିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି । ଶେଷରେ ବିଜେଡି ସୁପ୍ରିମୋ ଲୋକଙ୍କ ଆର୍ଶୀବାଦ ଭିକ୍ଷା କରିବା ସହିତ ନିର୍ବାଚନରେ ଶଙ୍ଖ ଚିହ୍ନକୁ ଆର୍ଶୀବାଦ ଦେବା ପାଇଁ ଅନୁରୋଧ କରିଥିଲେ ।

ସାଧାରଣ ସଭାରେ ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଭାଜପା ପ୍ରାର୍ଥୀ ପ୍ରଦୀପ ପ୍ରାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି। ଭୃଗୁ କହିଛନ୍ତି, ଗରିବ ପିଲାଙ୍କ ଟଙ୍କାରେ ମର୍ସିଡିଜ୍‌ ଚଢ଼ି ବୁଲୁଥିଲେ। ଯେଉଁ ଦଳ ସେଇ ବ୍ୟକ୍ତିଙ୍କ ବିରୋଧରେ ଆନ୍ଦୋଳନ କରିଥିଲା,ସେଇ ଦଳ ଆଜି ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର