କୋରାପୁଟ ଜିଲ୍ଲାରେ ୪୪୬ ଭୂତଚାଷୀ ଚିହ୍ନଟ: କୁନ୍ଦ୍ରାରେ ସର୍ବାଧିକ ୪୯

ଜୟପୁର: ଖରିଫ ମଣ୍ଡିରେ ଧାନ ବିକ୍ରି କରିବାକୁ ସରିଛି  ଚାଷୀ ପଂଜୀକରଣ। କୋରାପୁଟ ଜିଲ୍ଲାରେ ୯୯ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଉଛି। ଖରିଫ ମଣ୍ଡିରେ ୨୦ଟି ଲ୍ୟାମ୍ପ, ୨୩ଟି ଏସଏଚଜି, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ଧାନ ବିକ୍ରୀ କରିବାକୁ  ୪୧ହଜାର ୭୩୬ଜଣ ଚାଷୀ ଖରିଫ ପଂଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୪୪୬ଜଣ ଭୁତ ଚାଷୀଙ୍କୁ ସରକାର ଚିହ୍ନଟ କରିଛନ୍ତି। ଏଥିରେ ସର୍ବାଧିକ କୁନ୍ଦୁରା ଲ୍ୟାମ୍ପର ୪୯ଜଣ ରହିଛନ୍ତି। ସେଭଳି କୋଟପାଡ ଲ୍ୟାମ୍ପର ୩୯, ଉମୁରୀ ଲ୍ୟାମ୍ପରୁ ୪୧, ବୋରିଗୁମ୍ମା ଲ୍ୟାମ୍ପରୁ ୩୯, ନାରାୟଣପାଟଣା ଲ୍ୟାମ୍ପରୁ ୧୩,କୁମୁଲିପୁଟ ଲ୍ୟାମ୍ପରୁ ୩୩, କାମତା ଲ୍ୟାମ୍ପସରୁ ୧୩,  ଦଶମନ୍ତପୁର ଲ୍ୟାମ୍ପସରୁ ୧୭ଜଣ ଏଭଳି ସବୁ କ୍ରୟକାରୀ ସଂସ୍ଥାରୁ ଭୁତଚାଷୀ ଚିହ୍ନଟ କରି ପଂଜୀକରଣକୁ ବ୍ଲକ କରାଯାଇଛି। ବଳକା ସବୁ କ୍ରୟକାରୀ ସଂସ୍ଥାରେ ଭୁତଚାଷୀଙ୍କୁ ଚିହ୍ନଟକରି ପଂଜୀକରଣକୁ ବାତିଲ୍ କରାଯାଇଛି। ତେବେ ବୈପାରୀଗୁଡା ବ୍ଲକର ମା ସରସ୍ବତୀ, ବୋରିଗୁମ୍ମା ବ୍ଲକର ରବିନାରାୟଣ, ଶିବି, ଜୟପୁର ବ୍ଲକର ମା ତାରିଣୀ, କୁନ୍ଦ୍ରା ବ୍ଲକର  ମହାମୟୀ, କୋଟପାଡ ବ୍ଲକର ମା ଖଣ୍ଡାଦେବୀ ପାଣିପଂଚାୟତରେ ଜଣେ ବି ଭୁତଚାଷୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୋଇନାହାନ୍ତି। କ୍ରୟକାରୀ ସଂସ୍ଥାର ପ୍ରାରମ୍ଭିକ, କୃଷି ଓ ରାଜସ୍ବବିଭାଗର ଯୁଗ୍ମ ଯାଂଚରେ ଏବେ ପର୍ଯ୍ୟନ୍ତ ଏହି ୪୪୬ଜଣ ଭୁତଚାଷୀ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ସାଟେଲାଇଟ୍ ସର୍ଭେ ବି କରାଯିବ ବୋଲି ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର