ଚୋରା କୋଇଲା ରାକେଟ୍‌ ସକ୍ରିୟ: ପୁଣି ଗଛ କାଟିଲେ, ଜଂଗଲ ଜାଳିଲେ

ବରଗଡ଼: ବରଗଡ଼ ଜିଲ୍ଲାରେ ବେଆଇନ କୋଇଲା କାରବାର ଯୋଗୁଁ ବ୍ୟାପକ ଗଛ କାଟ୍‌ ସହ ଜଂଗଲ ଜଳାଯାଉଛି। ପୂର୍ବରୁ ଲକ୍‌ଡାଉନ୍‌ ଯୋଗୁଁ ଜଂଗଲରୁ କାଠ କିମ୍ବା କୋଇଲା ନେବା ପାଇଁ ବାଟ ବନ୍ଦ ଥିଲା। ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହଟିବା ପରେ ପୁନର୍ବାର  ଜଂଗଲ କାଟ୍‌ ବ୍ୟାପକ ବଢ଼ିଛି। ଏବେ ଦୁର୍ଗମ ଜଂଗଲର ବିଭିନ୍ନ ସ୍ଥାନରେ କାଠ ରଖାଯାଇଛି। ଜଂଗଲ ପୋଡ଼ି କୋଇଲା ଜମା କରାଯାଇଛି। ସୁବିଧା ସୁଯୋଗ ଦେଖି ଏସବୁକୁ ଚାଲାଣ ପାଇଁ ଯୋଜନା ଚାଲିଛି। ଅର୍ଥାତ, ଗ୍ରୀଷ୍ମ ଋତୁ‌ରେ ଦିନବେଳା ଯାନବାହାନ ଚଳାଚଳ କମ୍‌ ରହୁଥିବାରୁ ଏହାର ଫାଇଦା ନେଇ ବରଗଡ଼ ଏବଂ ଛତିଶଗଡ଼ର କାଠ ମାଫିଆ ପୁନର୍ବାର ସକ୍ରିୟ ହୋଇ ଉଠିଲେଣି। ‌େହାଟେଲ, ଢାବା ଏବଂ ଅନ୍ୟ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ପାଇଁ କାଠ ଏବଂ କୋଇଲାର ଚାହିଦା ପୁଣି ବଢ଼ି ଯାଇଛି।

ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡର ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଫଳରେ କାଠ ଏବଂ କୋଇଲା ଉପରେ ବେଶି ନିର୍ଭରଶୀଳତା ବୃଦ୍ଧି ପାଇଛି। କୋଇଲା ସ˚ଗ୍ରହ ପାଇଁ ଶହଶହ ଏକର ଜ˚ଗଲ ପୋଡ଼ି ଦିଆଯାଉଛି। ବିଶେଷକରି ବାରପାହାଡ଼, ଝାଞ୍ଜପାହାଡ଼ ଏବ˚ ଦୁର୍ଗମ ଅ˚ଚଳରେ ଏହି କାରବାର ଚାଲିଛି। ଚୋରା କୋଇଲା କାରବାର ବନ୍ଦ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲାପାଳଙ୍କ ସମେତ ବନବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ।

ବର୍ତ୍ତମାନ ସିଲିଣ୍ତର ବିତରଣ ପ୍ରକ୍ରିୟାକୁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରାଯାଇଥିବାରୁ କଳାବଜାରରେ ଲଗାମ ଲାଗିଛି। ଖୋଲା ବଜାରରେ ସିଲିଣ୍ତର କଳା ବେପାର ପ୍ରାୟତଃ ବନ୍ଦ ହୋଇଥିବାରୁ କୋଇଲା ଚାଲାଣ ବୃଦ୍ଧି ପାଇଛି। ହୋଟେଲ ଏବ˚ ଢାବା ଗୁଡ଼ିକୁ ଦୈନିକ ଟନ୍‌ ଟନ୍‌ ସ୍ମୋକଲେସ୍‌ (ଧୂମ୍ର ବିହୀନ) କୋଇଲା ପହ˚ଚିବା ଆରମ୍ଭ ହେଲାଣି। କୋଇଲା ଯୋଗାଇବା ପାଇଁ ରାକେଟ ଗୁଡ଼ିକ ସକ୍ରିୟ ଅଛନ୍ତି। ଜାତୀୟ ରାଜପଥ ଦେଇ ସହରକୁ କୋଇଲା ଚାଲାଣ ହେଉଛି। ପ୍ରତିଦିନ ଏହି କାରବାର ଚାଲିଥିଲେ ମଧୢ କିଛି ପଦକ୍ଷେପ ହେଉନାହିଁ। କୋଇଲା ସ˚ଗ୍ରହ କରିବା ପାଇଁ  ଖରା ଦିନେ ଜ˚ଗଲ ପୋଡ଼ା ଯାଇ ଏହାକୁ ଆକସ୍ମିକ ଦୁର୍ଘଟଣାର ରୂପ ଦିଆଯାଉଛି। ଏହାପରେ ରାତାରାତି କୋଇଲା ସ˚ଗ୍ରହ କରି ହୋଟେଲ ଏବ˚ କ୍ଷୁଦ୍ର ଶିଳ୍ପାନୁଷ୍ଠାନକୁ ଯୋଗାଇ ଦିଆଯାଉଛି। ତେବେ ଏହି ରାକେଟ କେବଳ ବରଗଡ଼ରେ ସୀମିତ ରହିନାହିଁ। ସଡ଼କ ପଥରେ ବଲା˚ଗୀର ଯାଏଁ ସ୍ମୋକଲେସ୍‌ କୋଇଲା ଚାଲାଣ ହେଉଥିବା ଜଣାପଡ଼ୁଛି।

ସମ୍ବନ୍ଧିତ ଖବର