ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ନିକଟରେ ବିଶ୍ୱବାସୀଙ୍କ ପାଇଁ ମଙ୍ଗଳକାମନା କରି ଶ୍ରୀମନ୍ଦିରରୁ ଫେରିଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୫୦ରେ ରାଜ୍ୟପାଳ ପୁରୀ ରାଜଭବନରେ ପହଞ୍ଚିଥିଲେ। ସେଠାରେ କିଛି ଘଣ୍ଟା ବିତାଇବା ପରେ ସଂଧ୍ୟା ପ୍ରାୟ ୬ଟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପ୍ରଥମେ ତିନି ଠାକୁରଙ୍କୁ ଦର୍ଶନ କରିବା ପରେ ମୁକ୍ତିମଣ୍ଡପରେ ମୁଣ୍ଡିଆ ମାରି ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ବିମଳା ମନ୍ଦିର ଓ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ ପରେ ଅଧଘଣ୍ଟା ଭିତରେ ଶ୍ରୀମନ୍ଦିରୁ ଫେରିଯାଇଥିଲେ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ରାଜ୍ୟପାଳ ପୁରୀ ଆସିଥିଲେ। ସର୍କିଟ୍‌ ହାଉସ୍‌ଠାରେ ନିଜ ଗାଡ଼ିରୁ ଓହ୍ଲାଇବା ବେଳେ ଗାଡ଼ିଟି ବ୍ୟାକ୍‌ ହଠାତ୍‌ ପଛକୁ ଗଡ଼ିଯିବାରୁ ରାଜ୍ୟପାଳଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏଣୁ ସେଦିନ ଆଉ ମହାପ୍ରଭୁଙ୍କ ଦର୍ଶନ ନ କରି ରାଜ୍ୟପାଳ ଭୁବନେଶ୍ୱର ଫେରିଯାଇଥିଲେ।

ସମ୍ବନ୍ଧିତ ଖବର