ସ୍ମାର୍ଟ ସ୍କୁଲରେ ଅଧା ଶିକ୍ଷକ ପଦବି ଖାଲି

ସିଂହପୁର: ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ଓଳେଇ ଚନ୍ଦନପୁର ସରକାରୀ ହାଇସ୍କୁଲରେ ଶିକ୍ଷକ ଅଭାବରୁ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବିଦ୍ୟାଳୟ ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଏହାକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ବିଦ୍ୟାଳୟର ଭିତ୍ତିଭୂମି ରୂପାନ୍ତରିତ ହୋଇଥିଲେ ମଧ୍ୟ ଶିକ୍ଷକ ଅଭାବରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇପଡ଼ିଛି।

ବିଦ୍ୟାଳୟର ବିଜ୍ଞାନ, ସାହିତ୍ୟ ଓ ହିନ୍ଦୀ ଶିକ୍ଷକ ପଦବି ଖାଲି ପଡ଼ିଛି। ଗତ ୩୧ ତାରିଖରେ ସ୍କୁଲ୍‌ର ପ୍ରଧାନଶିକ୍ଷକ ମଧ୍ୟ ଅବସର ନେଇଛନ୍ତି। ତୁରନ୍ତ ପ୍ରଧାନଶିକ୍ଷକ ଓ ଅନ୍ୟ ଖାଲି ପଡ଼ିଥିବା ସହକାରୀ ଶିକ୍ଷକ ନିଯୁକ୍ତି କରିବାକୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର